ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେପି ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତିଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।
ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପଡୋଶୀ ଝାଡଖଣ୍ଡ ଓ ଛତିଶଗଡ଼ର ବିଜେପି ନେତାମାନଙ୍କ ଦ୍ୱାରା ଭୋଟ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି ବିଜେପି। ତେବେ ସେହି ନେତାଙ୍କ ପାଇଁ କେତେ ପରିମାଣର ଟଙ୍କା ଖର୍ଚ୍ଚ ହେଉଛି ତା’ର ହିସାବ ନିର୍ବାଚନ କମିଶନଙ୍କ ନିକଟରେ ରଖିବାକୁ ବିଜେଡି ଦାବି କରିଛି।
ନିର୍ବାଚନ କମିଶନଙ୍କ ଆଗୋଚରରେ ପଡୋଶୀ ରାଜ୍ୟରୁ ଶହଶହ ନେତାଙ୍କୁ ଗୋପନୀୟ ଭାବେ ଅଣାଯାଇଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ବିଜେଡି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦାବିପତ୍ର ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।