ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଲା ଇଦ୍-ଉଲ୍-ଜୁହା

ବାଲେଶ୍ୱର/ଭଦ୍ରକ/ନୟାଗଡ/ରାଉରକେଲା /କଟକ/ଭୁବନେଶ୍ୱର/ସମ୍ବଲପୁର: ଭଦ୍ରକରେ ମୁସଲିମ୍ ଧମ୍ୱାବଲମ୍ୱୀମାନେ ଇଦ୍-ଉଲ୍-ଜୁହା ବହୁ ଧୁମଧାମରେ ପାଳନ କରିଛନ୍ତି। ସହରର କୁଆଁସରେ ଥିବା ଇଦଗା ମଇଦାନଠାରେ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଥିଲେ। ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁକାରକ୍ ଜଣାଇଥିଲେ। ସେହିପରି ନୟାଗଡର ସିନ୍ଦୁରିଆ ଗାଁରେ ପାଳିତ ହୋଇଯାଇଛି ଇଦ୍। ଏହି ଅବସରରେ ସିନ୍ଦୁରିଆ ଇଦଗାହ୍ ପଡିଆରେ ହଜାର ହଜାର ମୁସଲମାନ ଭାଇମାନେ ଏକାଠି ହୋଇ ସମୂହ ନମାଜ ପାଠ କରିଥିଲେ। ପରସ୍ପରର ଶୁଭ ଓ […]

cuttack

cuttack

Rakesh Mallick
  • Published: Friday, 25 September 2015
  • Updated: 25 September 2015, 05:13 PM IST

Sports

Latest News

idବାଲେଶ୍ୱର/ଭଦ୍ରକ/ନୟାଗଡ/ରାଉରକେଲା /କଟକ/ଭୁବନେଶ୍ୱର/ସମ୍ବଲପୁର: ଭଦ୍ରକରେ ମୁସଲିମ୍ ଧମ୍ୱାବଲମ୍ୱୀମାନେ ଇଦ୍-ଉଲ୍-ଜୁହା ବହୁ ଧୁମଧାମରେ ପାଳନ କରିଛନ୍ତି। ସହରର କୁଆଁସରେ ଥିବା ଇଦଗା ମଇଦାନଠାରେ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଥିଲେ। ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁକାରକ୍ ଜଣାଇଥିଲେ।bhadrak1

ସେହିପରି ନୟାଗଡର ସିନ୍ଦୁରିଆ ଗାଁରେ ପାଳିତ ହୋଇଯାଇଛି ଇଦ୍। ଏହି ଅବସରରେ ସିନ୍ଦୁରିଆ ଇଦଗାହ୍ ପଡିଆରେ ହଜାର ହଜାର ମୁସଲମାନ ଭାଇମାନେ ଏକାଠି ହୋଇ ସମୂହ ନମାଜ ପାଠ କରିଥିଲେ। ପରସ୍ପରର ଶୁଭ ଓ ଉନ୍ନତି କାମନା କରି ଅଭିନନ୍ଦନ ଜଣାଇଥିଲେ ମୁସଲମାନ ଭାଇମାନେ। ନୟାଗଡ ବିଧାୟକ ଅରୁଣ ସାହୁ ଇଦଗାହ ପଡିଆରେ ପହଞ୍ଚି ମୁସଲମାନ ଶ୍ରଦ୍ଧାଳୁମାନଙ୍କୁ ଇଦ ମୁବାରକ ଜଣାଇଥିଲେ। ଏଥିରେ ହିନ୍ଦୁମାନେ ମଧ୍ୟ ସାମିଲ ହୋଇଥିଲେ । ଉଭୟ ହିନ୍ଦୁ ଓ ମୁସଲମାନ ଭାଇମାନେ ସୁସ୍ୱାଦ ଖାଦ୍ୟ ସେବନ କରି ଧୁମଧାମରେ ଏହି ଇଦ ପାଳନ କରିଥିଲେ ।bhadrak

ଇଦ୍ ଅବସରରେ ରାଉରକେଲାରେ ମଧ୍ୟ ସମୂହ ନମାଜ ପାଠ କରାଯାଇଛି। ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଇଦ୍ ମୁବାରକ୍ ଜଣାଇଥିଲେ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗଦେଇ ଇଦ୍ ମୁବାରକ ଜଣାଇଥିଲେ। ବାଲେଶ୍ୱରରେ ପାଳିତ ହେଉଯାଇଛି ଇଦ୍-ଉଲ୍-ଜୁହା। ଦରଘା ମଇଦାନରେ ମୁସଲିମ୍ ଶ୍ରଦ୍ଧାଳୁମାନେ ସମୂହ ନମାଜ ପାଠ କରିଛନ୍ତି। ଶାନ୍ତ ଶୃଙ୍ଖଳାର ସହିତ ତ୍ୟାଗ ଓ ବଳିଦାନର ପର୍ବ ବକ୍ରି ଇଦ୍ ବା ଇଦ୍-ଉଲ୍-ଜୁହା ପାଳିତ ହୋଇଛି।nayagarh

ଭାଇଚାରର ସହର କଟକରେ ବହୁ ଆଡମ୍ୱରରେ ପାଳିତ ହୋଇଯାଇଛି ଇଦ୍। ସକାଳ ୧୦ଟାରେ ନମାଜ ପାଠ ଆରମ୍ଭ ହୋଇଥିଲା। ପରେ ମୁସଲମାନ ଭାଇମାନେ ପରସ୍ପରକୁ ଆଲିଙ୍ଗନକୁ ଶୁଭକାମନା ଜଣାଇଥିଲେ। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ମସଜିଦରେ ସାମୂହିକ ନମାଜ ପାଠ କରିଥିଲେ ମୁସଲିମ ଶ୍ରଦ୍ଧାଳୁ। ନୂଆ ଲୁଗା ପିନ୍ଧି ସାମୂହିକ ନମାଜ ପାଠ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ ମୁସଲମାନ ଭାଇମାନେ ।

ସମ୍ୱଲପୁରରେ ମଧ୍ୟ ତ୍ୟାଗ ଓ ବଳୀଦାନର ପର୍ବ ଇଦ-ଉଲ-ଜୁହା ପାରମ୍ପରିକ ରୀତିନୀତିର ସହ ପାଳନ କରାଯାଇଛି।  ଏହି ଅବସରରେ ସମ୍ୱଲପୁର ସହର ଇଦଗା ପଡିଆ ସମେତ ସହରର ଭିନ୍ନ ଭିନ୍ନ ମସଜିଦରେ ଇସଲାମ ଧର୍ମାବଲମ୍ବୀମାନେ ସମୂହ ନମାଜ ପାଠ କରିବା ସହ ପରସ୍ପର ପରସ୍ପରକୁ ଆଲିଙ୍ଗନ କରିଥିଲେ।

ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ଆଲ୍ଲାଙ୍କ ନିକଟରେ ନିଜକୁ ସମର୍ପଣ କରିବାର ଆଉ ଏକ ସ୍ୱତନ୍ତ୍ର ଅବସର। ରାଜ୍ୟର ବିଭିନ୍ନ ମସଜିଦରେ ପାଳିତ ହେଉଛି ଏହି ପର୍ବ। ଏହି ଅବସରରେ ମୁସଲିମ୍ ଶ୍ରଦ୍ଧାଳୁମାନେ ନୂଆ ଲୁଗା ପିନ୍ଧି ସାମୂହିକ ନମାଜ ପାଠ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଇସଲାମ ଧର୍ମାବଲମ୍ୱୀଙ୍କ ବିଶ୍ୱାସ ରହିଛି, ଦୂତ ଆବ୍ରାହମଙ୍କୁ ସ୍ୱପ୍ନାଦେଶ କରି ନିଜର ପ୍ରିୟ ଜିନିଷକୁ ଅର୍ପଣ କରିବା ପାଇଁ ଆଲ୍ଲା ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକ୍ରମେ ଆବ୍ରାହମ ନିଜର ପୁଅ ଇସମାଇଲଙ୍କୁ ବଳି ଦେବାକୁ ଉଦ୍ୟମ ବେଳେ ଆଲ୍ଲା ଇବ୍ରାହିମଙ୍କ ଭକ୍ତିରେ ପ୍ରସନ୍ନ ହୋଇଥିଲେ। ଏହାକୁ ଆଧାର କରି ପ୍ରତିବର୍ଷ ବକ୍ରି ଇଦ୍ ବା ଇଦ-ଉଲ-ଜୁହା ପାଳନ କରାଯାଏ। ଇଦ୍-ଉଲ୍-ଜୁହା ଅବସରରେ ଓଡିଶାର ମୁସଲିମ ଭାଇଭଉଣୀମାନଙ୍କୁ ରାଜ୍ୟପାଳ ଏସ.ସି  ଜମିର୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story