ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ୱର: ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ସ୍ୱରୂପ ପରମ୍ପରା ଅନୁଯାୟୀ ଆଜି ରାବଣ ପୋଡ଼ି ଉତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଉତ୍ସବକୁ ସାମାନ୍ୟ ଫିକା କରିଦେଇଛି। ତଥାପି ରାବଣ ପୋଡି ଉତ୍ସବ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ବରମୁଣ୍ଡା ଓ ଝାଡପଡ଼ା ପରି ଅନ୍ୟାନ୍ୟ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳିତ ହୋଇଛି। ରାବଣ ପୋଡି […]

dasahara

dasahara

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 10:50 PM IST

Sports

Latest News

dasaharaଭୁବନେଶ୍ୱର: ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ସ୍ୱରୂପ ପରମ୍ପରା ଅନୁଯାୟୀ ଆଜି ରାବଣ ପୋଡ଼ି ଉତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଉତ୍ସବକୁ ସାମାନ୍ୟ ଫିକା କରିଦେଇଛି। ତଥାପି ରାବଣ ପୋଡି ଉତ୍ସବ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଭୁବନେଶ୍ୱର ବରମୁଣ୍ଡା ଓ ଝାଡପଡ଼ା ପରି ଅନ୍ୟାନ୍ୟ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳିତ ହୋଇଛି। ରାବଣ ପୋଡି ଦେଖିବା ପାଇଁ ସନ୍ଧ୍ୟାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡକୁ ଦେଖି ଆୟୋଜକଙ୍କ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା। ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ରାତି ୯ଟାରେ ରାବଣ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯାଇଥିଲା।

ସମ୍ୱଲପୁର ଦଳେଇପଡ଼ାରେ ରାବଣ ପୋଡି ଉତ୍ସବ ହୋଇଯାଇଛି। ଏଠାରେ ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ରାବଣ ପୁତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ।

dasaharaଷ୍ଟିଲ ସିଟି ରାଉରକେଲାରେ ରାବଣ ପୋଡି ଉତ୍ସବ ହୋଇଛି। ସନ୍ଧ୍ୟାରେ ରାବଣ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯାଇଥିଲା।

ଜଗତସିଂହପୁରରେ ମଧ୍ୟ ରାବଣ ପୋଡି ଉତ୍ସବ ପାଳନ ହୋଇଛି। ସ୍ଥାନୀୟ ବିଧାୟକ ଚିରଞ୍ଜିବ ବିଶ୍ୱାଳ ରାବଣ ପତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ।

ବାଲେଶ୍ୱରରେ ରାବଣ ପୋଡି ଉତ୍ସବ ହୋଇଯାଇଛି। ରାବଣ ପୁତ୍ତଳିକାରେ ଅଗ୍ନି ସଂଯୋଗ ପୂର୍ବରୁ ସିନେମା ଛକରେ ଆଖଡ଼ା ଖେଳ ହୋଇଥିଲା। ଏଥିରେ ୨୧ଟି ଦଳ ଅଂଶଗ୍ରହଣ କରିଥିଲେ। ଆଖଡ଼ା ଦଳ ଗୁଡ଼ିକ ପର୍ଯ୍ୟାୟ କ୍ରମେ ଖେଳ ପ୍ରଦର୍ଶନ କରୁଛନ୍ତି। ରାତିରେ ରାବଣ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯାଇଥିଲା।

କଟକ ବାଲିଯାତ୍ରା ପଡ଼ିଆରେ ରାବଣ ପୁତ୍ତଳିକା ନିର୍ମାଣ କରାଯାଇଛି। ଏଠାରେ ୩୦ ବର୍ଷ ଧରି ବାରବାଟୀ ସର୍ବଧର୍ମ ପରିଷଦ ପକ୍ଷରୁ ରାବଣ ପୋଡି ଆୟୋଜନ କରାଯାଉଛି। ସନ୍ଧ୍ୟାରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଦୂରଦୂରାନ୍ତରୁ ଆସୁଥିବା ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଛନ୍ତି। ଏଠାରେ ରାତି ୧୨ଟାରେ ରାବଣ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos