ରାଜ୍ୟର ପୂର୍ବତନ ପୂର୍ତ୍ତ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମହେଶ୍ୱର ବାଗଙ୍କ ପରଲୋକ

ବାଲେଶ୍ୱର: ରାଜ୍ୟର ପୂର୍ବତନ ପୂର୍ତ୍ତ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମହେଶ୍ୱର ବାଗଙ୍କ ଆଜି ପରଲୋକ  ହୋଇଛି। ଗତ ୧୨ ତାରିଖରେ ବାଲେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେ ଅସୁସ୍ଥ ହୋଇପଡ଼ି ଥିଲେ। ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୧୦ଟା ୧୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି।

ସ୍ୱର୍ଗତ ବାଗ୍ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ  ବସ୍ତା ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିଲେ। ୧୯୭୬ ରୁ ୧୯୭୮ ପର୍ଯ୍ୟନ୍ତ ସେ ପୂର୍ତ୍ତ ଓ ସ୍ୱାସ୍ଥ୍ୟବିଭାଗର ମନ୍ତ୍ରୀ ଥିଲେ। ମହେଶ୍ୱର ବାଗଙ୍କ ଦେହାନ୍ତ ପରେ ବାଲେଶ୍ୱର ସହରରେ ଶୋକର ଛାୟା ଖେଳିଯାଇଛି।