ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଟି ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଇଟି ଉପଯୋଗ କରାଯାଇ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଅଣାଯିବ। ଏ ନେଇ ଆଇଟି ପରାମର୍ଶଦାତା ସାମ ପିଟ୍ରୋଡା ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପରେ ସେ ଏହା କହିବା ସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କମ୍ପ୍ୟୁଟର ଲାଗିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି।

ସାମ କହିଛନ୍ତି, “କମ୍ପ୍ୟୁଟର ଓ ବ୍ରଡବ୍ୟାଣ୍ଡ ଜରିଆରେ ଟେଲିମେଡିସିନ ସୁବିଧା ଉପଲବ୍ଧ କରାଇବା ନେଇ ଆଲୋଚନା ହୋଇଛି। ୬ ମାସ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ନେଇ ଲକ୍ଷ୍ୟ ରଖାଯାଇଛି।”

ସାମ ଏ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ବିଭାଗୀୟ ସଚିବଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।