ରାଜ୍ୟରେ ବିନା ଲାଇସେନ୍ସଧାରୀ ଓ ଛୋଟ ପିଲାଙ୍କ ଗାଡି ଚଳାନା ଦୁର୍ଘଟଣା ବୃଦ୍ଧିର କାରଣ

ଭୁବନେଶ୍ୱର: ଓଡ଼ିଶାରେ ବିନା ଲାଇସେନ୍ସଧାରୀ ଚାଳକ ଓ ଛୋଟ ପିଲାଙ୍କ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣାର ମାତ୍ରା ବଢ଼ିଥିବା ରାଜ୍ୟ ସଭାରେ ଉପସ୍ଥାପିତ ତଥ୍ୟରୁ ଜଣାପଡିଛି। ଏହି ତଥ୍ୟ ଆଧାରରେ ଏବେ ଦୁର୍ଘଟଣା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି। ଏବେ ପିକନିକ ଋତୁ ଆସିଯାଇଛି। ତଥ୍ୟ ଅନୁଯାୟୀ ଏହି ସମୟରେ ହିଁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି। ରାଜଧାନୀର […]

road

road

Rakesh Mallick
  • Published: Monday, 21 December 2015
  • Updated: 21 December 2015, 03:26 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ବିନା ଲାଇସେନ୍ସଧାରୀ ଚାଳକ ଓ ଛୋଟ ପିଲାଙ୍କ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣାର ମାତ୍ରା ବଢ଼ିଥିବା ରାଜ୍ୟ ସଭାରେ ଉପସ୍ଥାପିତ ତଥ୍ୟରୁ ଜଣାପଡିଛି। ଏହି ତଥ୍ୟ ଆଧାରରେ ଏବେ ଦୁର୍ଘଟଣା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି। ଏବେ ପିକନିକ ଋତୁ ଆସିଯାଇଛି। ତଥ୍ୟ ଅନୁଯାୟୀ ଏହି ସମୟରେ ହିଁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି।

ରାଜଧାନୀର ରାଜରାସ୍ତାରେ ବିପଦପୂର୍ଣ୍ଣ ଭାବେ ଛୋଟ ପିଲାମାନେ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି। ଏହି ପିଲାମାନେ ହେଲମେଣ୍ଟ ପିନ୍ଧୁ ନ ଥିବା ବେଳେ ଦ୍ରୁତଗତିରେ ଗାଡି ଚଳାଉଛନ୍ତି। ଏପରି କି ଟ୍ରାଫିକ ନିୟମକୁ ମଧ୍ୟ ମାନୁ ନାହାନ୍ତି। ଯାହା ଦୁର୍ଘଟଣା ବଢ଼ିବାର ପ୍ରମୁଖ କାରଣ ପାଲଟିଛି॥ ରାଜ୍ୟସଭାରେ କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ପୂର୍ବବର୍ଷ ତୁଳନାରେ ଓଡ଼ିଶାରେ ବିନା ଲାଇସେନ୍ସ ଧାରୀ ଓ ଛୋଟ ଶିଶୁଙ୍କ ଦ୍ୱାରା ଦୁର୍ଘଟଣା ବଢ଼ିଛି। ତଥ୍ୟ ଅନୁଯାୟୀ ୨୦୧୨ରେ ବିନା ଲାଇସେନ୍ସଧାରୀଙ୍କ ଦ୍ୱାରା ରାଜ୍ୟରେ ୧୦୬୫ଟି ଦୁର୍ଘଟଣା ଘଟିଥିଲା। ୨୦୧୩ରେ ଏହି ସଂଖ୍ୟା ୮୫୧ ଥିବାବେଳେ ଓ ୨୦୧୪ରେ ଏହା ୯୫୯ରେ ପହଞ୍ଚିଛି। ସେହିଭଳି ଛୋଟ ପିଲାଙ୍କ ଦ୍ୱାରା ୨୦୧୨ରେ ୫୨୭ ଓ ୨୦୧୩ରେ ୪୭୧ଟି ଦୁର୍ଘଟଣା ଘଟିଛି। ୨୦୧୪ରେ ଏହି ସଂଖ୍ୟା ବଢ଼ି ୪୯୪ରେ ପହଞ୍ଚିଛି। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ ଓଡ଼ିଶାରେ ଘଟିଥିବା ୯ ହଜାର ୬ଶହ ୮୦ଟି ସଡ଼କ ଦୁର୍ଘଟଣାରେ ୩ହଜାର ୯ଶହ ୯୫ ଲୋକ ପ୍ରାଣ ହରାଇଛନ୍ତି।

ଏବେ ପିକନିକ ସିଜନ୍ ଥିବାରୁ ପର୍ଯ୍ୟଟନ କ୍ଷେତ୍ରରେ ଭିଡ ଜମୁଛି। ବିଭିନ୍ନ ସ୍ଥାନରୁ ପିଲାଠାରୁ ବୟସ୍କମାନେ ପିକନିକ ପାଇଁ ଯାଉଛନ୍ତି। ଏପରି ସ୍ଥିତିରେ ବହୁ ସମୟରେ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ଘଟୁଛି। ଏଭଳି ଦୁର୍ଘଟଣା ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos