ରାଜ୍ୟରେ କାର୍ଯ୍ୟକାରୀ ହେବ ବିସ୍ତୃତ ବନ୍ୟଜୀବ ପରିଚାଳନା ଯୋଜନା

ଭୁବନେଶ୍ୱର: ବନ୍ୟପ୍ରାଣୀଙ୍କ ସରୁକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ କାର୍ଯ୍ୟକାରୀ ହେବ ବିସ୍ତୃତ ବନ୍ୟଜୀବ ପରିଚାଳନା ଯୋଜନା। ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ୱାଇଲଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆସନ୍ତା ୧୫ମାସ ମଧ୍ୟରେ ସର୍ଭେ କରି ୱାଇଲଡ ଲାଇଫ୍ ଟ୍ରଷ୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ। ରାଜ୍ୟରେ ବିଭିନ୍ନ କାରଣରୁ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟୁଛି। କେତେବେଳେ ଟ୍ରେନ ଧକ୍କାରେ ହାତୀଙ୍କ ପ୍ରାଣ ଯାଇଛି […]

elephant

elephant

Rakesh Mallick
  • Published: Friday, 11 December 2015
  • Updated: 11 December 2015, 04:13 PM IST

Sports

Latest News

ଭୁବନେଶ୍ୱର: ବନ୍ୟପ୍ରାଣୀଙ୍କ ସରୁକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ କାର୍ଯ୍ୟକାରୀ ହେବ ବିସ୍ତୃତ ବନ୍ୟଜୀବ ପରିଚାଳନା ଯୋଜନା। ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ୱାଇଲଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆସନ୍ତା ୧୫ମାସ ମଧ୍ୟରେ ସର୍ଭେ କରି ୱାଇଲଡ ଲାଇଫ୍ ଟ୍ରଷ୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ।

ରାଜ୍ୟରେ ବିଭିନ୍ନ କାରଣରୁ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟୁଛି। କେତେବେଳେ ଟ୍ରେନ ଧକ୍କାରେ ହାତୀଙ୍କ ପ୍ରାଣ ଯାଇଛି ତ ପୁଣି କେତେବେଳେ କାଳ ହେଉଛି ବିଦ୍ୟୁତ ତାର। ସେହିପରି ବାସସ୍ଥାନ ଓ ଖାଦ୍ୟ ଅଭାବରୁ ବଢି ଚାଲିଛି ହାତୀ ମଣିଷ ସଂଘର୍ଷ। କେବଳ ହାତୀ ନୁହନ୍ତି ସିଂହ ଓ ବାଘଙ୍କଠାରୁ ଆରମ୍ଭ କରି ସବୁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ବଢିବାରେ ଲାଗିଛି। ତେଣୁ ବନ୍ୟଜନ୍ତୁଙ୍କ ସରୁକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ପାଇଁ କମ୍ପ୍ରିହେନସିଭ୍ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପ୍ଲାନ ବା ବିସ୍ତୃତ ବନ୍ୟଜନ୍ତୁ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ସହ ଏହି ଏମଓୟୁ ସ୍ୱାକ୍ଷର କରିଛି। ଏଥିପାଇଁ ୩ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଙ୍ଗଳ ଓ ପରିବେଶ ବିଭାଗ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଏହି ଯୋଜନାରେ ରାଜ୍ୟର ସମସ୍ତ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ସଂରକ୍ଷିତ ଜଙ୍ଗଲରେ ଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ଅନୁଧ୍ୟାନ କରିବ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ। ବନ୍ୟଜନ୍ତୁଙ୍କ ବଂଶବୃଦ୍ଧି, ବାସସ୍ଥଳୀର ପୁନଃଉଦ୍ଧାର, ପର୍ଯ୍ୟାପ୍ତ ଖାଦ୍ୟ ବ୍ୟବସ୍ଥା ଓ ସେମାନଙ୍କ ଚଳପ୍ରଚଳ ଲାଗି ସ୍ୱତନ୍ତ୍ର କରିଡର ନିର୍ମାଣ କରାଯିବ। ସେହିପରି ବିଦ୍ୟୁତ ଆଘାତ ଓ ଟ୍ରେନ ଧକ୍କା ଜନିତ ମୃତ୍ୟୁ ରୋକିବାକୁ ପଦକ୍ଷେପ ନିଆଯିବ। ଏ ନେଇ ୧୫ ମାସ ମଧ୍ୟରେ ସର୍ଭେ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ବିବେକ ମେନନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos