୧୯୯୭ ପରଠାରୁ ପ୍ରସ୍ତୁତ ହୋଇନି ବିପିଏଲ୍‌ ଲିଷ୍ଟ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ବିପିଏଲ୍ ପରିବାରକୁ ମାଗଣା ଏଲ୍‌ପିଜି ସଂଯୋଗ କରାଯିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ହେଲେ ଏଥିପାଇଁ କିଭଳି ହିତାଧିକାରୀ ଚିହ୍ନଟ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ୧୯୯୭ ପରେ ନୂଆ ବିପିଏଲ୍‌ ଲିଷ୍ଟ୍‌ ପ୍ରସ୍ତୁତ କରାଯାଇନାହିଁ। ଏବେ ପୁରୁଣା ତାଲିକା ଅନୁଯାୟୀ ହିତାଧିକାରୀ ଚୟନ କରାଯିବ ନା ରାଜ୍ୟ ସରକାର ଅନ୍ୟ କୌଣସି ବାଟ ଆପଣାଇବେ ତାକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି। ତେବେ […]

ujala jojana

ujala jojana

Rakesh Mallick
  • Published: Friday, 11 March 2016
  • Updated: 11 March 2016, 04:07 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ବିପିଏଲ୍ ପରିବାରକୁ ମାଗଣା ଏଲ୍‌ପିଜି ସଂଯୋଗ କରାଯିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ହେଲେ ଏଥିପାଇଁ କିଭଳି ହିତାଧିକାରୀ ଚିହ୍ନଟ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ୧୯୯୭ ପରେ ନୂଆ ବିପିଏଲ୍‌ ଲିଷ୍ଟ୍‌ ପ୍ରସ୍ତୁତ କରାଯାଇନାହିଁ। ଏବେ ପୁରୁଣା ତାଲିକା ଅନୁଯାୟୀ ହିତାଧିକାରୀ ଚୟନ କରାଯିବ ନା ରାଜ୍ୟ ସରକାର ଅନ୍ୟ କୌଣସି ବାଟ ଆପଣାଇବେ ତାକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି। ତେବେ ରାଜ୍ୟ ତାଲିକା ଆଧାରରେ ଯୋଜନା ଲାଗୁ କରାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗୁରୁବାର କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଘୋଷଣା କରିଥିଲେ। ଯୋଜନାରେ ୩ ବର୍ଷରେ ୫ କୋଟି ବିପିଏଲ୍ ପରିବାରକୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଗ୍ୟାସ୍‌ ସଂଯୋଗ ମହିଳାଙ୍କ ନାଁରେ ରହିବ। ତେବେ ଓଡ଼ିଶାରେ ଏହାର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ୧୯୯୭ରେ ହୋଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ୪୪,୯୩,୪୧୦ ପରିବାର ବିପିଏଲ୍ ଶ୍ରେଣୀରେ ଆସୁଛନ୍ତି। ତେବେ ୨୦୧୧ର ସୋସିଓ ଇକୋନୋମିକ କାଷ୍ଟ ସେନସସ୍‌ ଅନୁଯାୟୀ ପ୍ରାୟ ୫୮ଲକ୍ଷ ପରିବାର ଡିପ୍ରାଇଭ ଶ୍ରେଣୀରେ ଆସୁଛନ୍ତି। ଏପରି ସ୍ଥିତିରେ ପୁରୁଣା ବିପିଏଲ୍ ଲିଷ୍ଟ୍‌ ନାଁ ସୋସିଓ ଇକୋନମିକ୍ ସର୍ଭେ ଅନୁଯାୟୀ ହିତାଧିକାରୀ ଚିହ୍ନଟ ହେବେ ସ୍ପଷ୍ଟ ହୋଇନାହିଁ।

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ସେମାନେ ଗାଇଡ଼ ଲାଇନ ଦେବା ପରେ ଆମେ ତାହାର ତର୍ଜମା କରି ଲୋକଙ୍କ ହିତରେ ଯାହା ହେବ ସେହି ଅନୁସାରେ ପଦକ୍ଷେପ ନେବୁ। ପ୍ରଥମେ କେନ୍ଦ୍ରଙ୍କ ନିର୍ଦ୍ଦେଶାବଳୀ ଓ ଗାଇଡ଼ ଆସିବାକୁ ଆମେ ଅପେକ୍ଷା କରିଛୁ।”

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ରାଜ୍ୟ ଗୁଡ଼ିକ ଯେଉଁ ତାଲିକା ଦେବେ, ସେହି ଅନୁସାରେ ଏଲ୍‌ପିଜି ସଂଯୋଗ ଦିଆଯିବ।”

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଆସନ୍ତା ୩ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍‌ରୁ ୮ ହଜାର କୋଟି ଟଙ୍କାର ଅନୁଦାନ ଦିଆଯିବ। ୨୦୧୬-୧୭ ଆର୍ଥିକ ବର୍ଷରେ  ଦେଢ଼ କୋଟି ବିପିଏଲ୍ ପରିବାରକୁ ଏଲ୍‌ପିଜି ସଂଯୋଗ ପାଇଁ ୨ ହଜାର କୋଟି ଟଙ୍କାର ଅନୁଦାନ ବଜେଟ୍‌ରେ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story