ରାଜ୍ୟରେ ଶୀତର ଲହରୀ: ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ର ୨ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର: ପୁଣି ଦୁଇ ସପ୍ତାହ ପରେ ରାଜ୍ୟରେ ଶୀତର ପ୍ରକୋପ ବଢିଛି। ହାଡ଼ଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଛି। ଏପରି କି ଦାରିଙ୍ଗବାଡି ଓ ଜି. ଉଦୟଗିରିରେ ଆଜି ତୁଷାରପାତ ହୋଇଛି। ରାଜ୍ୟରେ କନ୍ଧମାଳ ସବୁଠାରୁ ଥଣ୍ଡା ଜିଲ୍ଲାରେ ପରିଣତ ହୋଇଛି। ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସେହିପରି ରାଜ୍ୟରେ ବହୁ ଜିଲ୍ଲାର ତାପମାତ୍ରା ୧୦ଡିଗ୍ରୀ ତଳକୁ ରେକର୍ଡ କରାଯାଇଛି। ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୬.୫, ଝରସୁଗୁଡା, ଅନୁଗୋଳରେ ୬.୬ ଡିଗ୍ରୀ ସେଲସିୟସ ରାକର୍ଡ କରାଯାଇଛି। ହୀରାକୁଦରେ ୭.୩, କେନ୍ଦୁଝରରେ ୭.୫, ବଲାଙ୍ଗିର ଓ କୋରାପୁଟରେ ୮ ଡିଗ୍ରୀ, ସମ୍ବଲପୁରରେ ୮.୩, ଭବାନୀପାଟଣାରେ ୮.୭, ବାରିପଦାରର ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଛି।

ସେହିପରି ବାଲେଶ୍ୱର, ଭଦ୍ରକ, କଟକ, ପାରାଦୀପ, ଭୁବନେଶ୍ୱର, ଗୋପାଳପୁର, ପୁରୀ, ତାଳଚେର, ମାଲକାନଗିରିରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦.୩, ତାଲଚେରରେ ୧୦.୩, ଚାନ୍ଦବାଲିରେ ୧୧.୬, କଟକରେ ୧୧.୮, ଭୁବନେଶ୍ୱରରେ ୧୩.୩, ଗୋପାଳପୁରରେ ୧୩.୫, ପାରାଦୀପରେ ୧୩.୮, ଓ ମାଲକାନଗିରିରେ ୧୪.୮ ଡିଗ୍ରୀ ସେଲସିୟସ ରହିଛି।

ଆହୁରି ପଢ଼ନ୍ତୁ

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌

ରାଜ୍ୟରେ ହେବ ଆଉ ୬ଟି ନୂଆ ଥାନା