ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ତିନି ଜଣଙ୍କ କାର୍ଯ୍ୟକାଳ ସରୁଛି, ଧର୍ମେନ୍ଦ୍ରଙ୍କର ବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୨୩ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ୧୬ଟି ରାଜ୍ୟର ୫୮ଟି ଆସନ ପାଇଁ ହେବ ନିର୍ବାଚନ। ଓଡ଼ିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ। ଏଭି ସ୍ୱାମୀ, ଦିଲ୍ଲୀପ ତିର୍କୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଉଥିବାରୁ ଏହି ଆସନଗୁଡ଼ିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବି କାର୍ଯ୍ୟକାଳ ଶେଷ ହୋଇଯାଉଛି। ସେ ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ […]

parliament

parliament

Rakesh Mallick
  • Published: Friday, 23 February 2018
  • Updated: 23 February 2018, 09:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୨୩ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ୧୬ଟି ରାଜ୍ୟର ୫୮ଟି ଆସନ ପାଇଁ ହେବ ନିର୍ବାଚନ। ଓଡ଼ିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ। ଏଭି ସ୍ୱାମୀ, ଦିଲ୍ଲୀପ ତିର୍କୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଉଥିବାରୁ ଏହି ଆସନଗୁଡ଼ିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବି କାର୍ଯ୍ୟକାଳ ଶେଷ ହୋଇଯାଉଛି। ସେ ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୨ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ। ୧୩ର ପ୍ରାର୍ଥିପତ୍ର ଯାଞ୍ଚ ହେବ। ୧୫ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos