ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭା ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ। ବିରୋଧୀଦଳ ନେତା ନରସିଂହ ମିଶ୍ର ଶନିବାର ଏ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଧାନସଭାରେ ବିଜେଡିର ୧୧୭ ଜଣ ସଦସ୍ୟ ଅଛନ୍ତି। କଂଗ୍ରେସର ମାତ୍ର ୧୬ ଜଣ ବିଧାୟକ ଅଛନ୍ତି। ଏଣୁ ରାଜ୍ୟସଭା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବା ସୁନିଶ୍ଚିତ। ଅଥଏବ କଂଗ୍ରେସ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ ଉଚିତ ମନେ କରୁନି। ବିଜେଡି ପକ୍ଷରୁ ନରେନ୍ଦ୍ର ସ୍ୱାଇଁଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ […]

narasingh-mishra

narasingh-mishra

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 11:17 AM IST

ନୂଆଦିଲ୍ଲୀ: ରାଜ୍ୟସଭା ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ। ବିରୋଧୀଦଳ ନେତା ନରସିଂହ ମିଶ୍ର ଶନିବାର ଏ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଧାନସଭାରେ ବିଜେଡିର ୧୧୭ ଜଣ ସଦସ୍ୟ ଅଛନ୍ତି। କଂଗ୍ରେସର ମାତ୍ର ୧୬ ଜଣ ବିଧାୟକ ଅଛନ୍ତି। ଏଣୁ ରାଜ୍ୟସଭା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବା ସୁନିଶ୍ଚିତ। ଅଥଏବ କଂଗ୍ରେସ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ ଉଚିତ ମନେ କରୁନି।

ବିଜେଡି ପକ୍ଷରୁ ନରେନ୍ଦ୍ର ସ୍ୱାଇଁଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଥିଲେ। ନରେନ୍ଦ୍ର ସ୍ୱାଇଁ ଏବେ ବିଜେଡିର ସାଧାରଣ ସଂପାଦକ ଅଛନ୍ତି।

ସୂଚନାଯୋଗ୍ୟ, କଳ୍ପତରୁ ଦାସଙ୍କ ପରଲୋକ ପରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos