ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀର ମହାତ୍ମାଗାନ୍ଧି ମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବକୁ ଅଧିକ ଶୃଙ୍ଖଳିତ ଓ ଆକର୍ଷକ କରିବା ପାଇଁ ପ୍ରଥମ ଥର ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛି କମିଶନରେଟ୍ ପୋଲିସ। ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବାକୁ ଥିବା ବିଭିନ୍ନ ସ୍କୁଲ, କଲେଜ୍ ଓ ଅନୁଷ୍ଠାନ ପରେଡ ଟିମର ନିରୀକ୍ଷଣ କରାଯାଇଛି। ଭୁବନେଶ୍ୱର ଡିସିପି ପରେଡ୍ ଅନୁଧ୍ୟାନ କରିଛନ୍ତି।

ଏହାସହ ପରେଡ ଥିବା ତ୍ରୁଟି ବିଚ୍ୟୁତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି। ଯେଉଁ ଦଳ ଭଲ ପ୍ରଦର୍ଶନ ନ କରିବେ ସେମାନଙ୍କୁ ରାଜ୍ୟସ୍ତରୀୟ ପରେଡ୍ ଭାଗ ନେବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସୂଚନା ମିଳିଛି।