ରାଜ୍ୟସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତାରେ ନିମ୍ନମାନର ଖାଦ୍ୟ ପ୍ରଦାନ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ରାଜୀବ ଗାନ୍ଧୀ ଖେଳ ଅଭିଯାନ ରାଜ୍ୟସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତାରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଜଣେ ପିଲାଙ୍କୁ ଦେଢଶହ ଟଙ୍କ।ରେ ଗୋଟିଏ ଦିନରେ ବ୍ରେକଫ।ଷ୍ଟ, ଲଞ୍ଚ, ସ୍ନାକସ୍ ଓ ଡିନର ଦେବାପାଇଁ ନେହା ନାମକ ଏକ କ୍ୟାଟରିଂ ଠିକା ନେଇଥିଲା। ୧୬ଶହ ଜଣ ପିଲାଙ୍କୁ ଗତ ୨୭ରୁ ୩୧ତାରିଖ ପର୍ଯ୍ୟନ୍ତ ଖାଇବାକୁ ଦେବାନେଇ ଚୁକ୍ତି ହୋଇଥିଲା। ତେବେ ମେନୁ ଅନୁସାରେ ଖାଇବାକୁ ନ ଦେଇ ନିମ୍ନମାନର ଖାଦ୍ୟ ପ୍ରଦାନ କରିଥିବା […]

nimna-mana-ra-khadya

nimna-mana-ra-khadya

Rakesh Mallick
  • Published: Monday, 28 December 2015
  • Updated: 28 December 2015, 01:44 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ରାଜୀବ ଗାନ୍ଧୀ ଖେଳ ଅଭିଯାନ ରାଜ୍ୟସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତାରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଜଣେ ପିଲାଙ୍କୁ ଦେଢଶହ ଟଙ୍କ।ରେ ଗୋଟିଏ ଦିନରେ ବ୍ରେକଫ।ଷ୍ଟ, ଲଞ୍ଚ, ସ୍ନାକସ୍ ଓ ଡିନର ଦେବାପାଇଁ ନେହା ନାମକ ଏକ କ୍ୟାଟରିଂ ଠିକା ନେଇଥିଲା। ୧୬ଶହ ଜଣ ପିଲାଙ୍କୁ ଗତ ୨୭ରୁ ୩୧ତାରିଖ ପର୍ଯ୍ୟନ୍ତ ଖାଇବାକୁ ଦେବାନେଇ ଚୁକ୍ତି ହୋଇଥିଲା। ତେବେ ମେନୁ ଅନୁସାରେ ଖାଇବାକୁ ନ ଦେଇ ନିମ୍ନମାନର ଖାଦ୍ୟ ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି ଖେଳାଳି। ଫଳରେ ହଣ୍ଡା ହଣ୍ଡା ଭାତ, ଡାଲି, ତରକାରି, ଖଟା ଆଦିକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ, ସମ୍ପୃକ୍ତ କ୍ୟାଟରିଂ ସଂସ୍ଥା ଆବଶ୍ୟକ ପାରମାଣରେ ଖାଦ୍ୟ ପ୍ରସ୍ତୁତ କରିପାରି ନ ଥିଲା। ଫଳରେ ପିଲାମାନେ ଅସନ୍ତୁଷ୍ଟ ହେଲେ। ସେମାନଙ୍କୁ ବିସ୍କୁଟ ଓ କଦଳୀ ଖାଇବାକୁ ପଡିଲା। ଯାହାକି ଆମ ପାଇଁ ଦୁଃଖର ବିଷୟ। ସକାଳୁ ଆମେ ଠିକ ଭାବରେ ପିଲାଙ୍କୁ ଖାଇବାକୁ ଦେଇ ପାରିଲୁ ନାହିଁ। ପିଲାମାନେ ଭୋକରେ ଗଲେ। ବହୁ ତାଗିତ ପରେ ଏହି ସଂସ୍ଥା ଖରାପ ଖାଦ୍ୟ ଦେବା ଓ ପରିଚାଳନା ଗତ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏଥିପାଇଁ ସମ୍ପୃକ୍ତ ସଂସ୍ଥା ସହ ପ୍ରଶାସନ କରିଥିବା ଚୁକ୍ତିକୁ ବାତିଲ କରି ଦିଆଯାଇଛି ବୋଲି ସେ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos