ରାଜ୍ୟବ୍ୟାପୀ ପେଣ୍ଟାଭ୍ୟାଲେଣ୍ଟ ଟିକାର ଶୁଭାରମ୍ଭ

PENTAVALENT VACCINE 1ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆଜିଠାରୁ ପେଣ୍ଟାଭ୍ୟାଲେଣ୍ଟ ଟିକାର ଶୁଭାରମ୍ଭ କରାଯାଇଛି। ଜନ୍ମର ଏକ ବର୍ଷ ବୟସ ମଧ୍ୟରେ ଦିଆଯାଉଥିବା ୫ଟି ରୋଗ ପାଇଁ ପ୍ରତିଷେଧକର ବିକଳ୍ପ ହେଉଛି ଏହି ପେଣ୍ଟାଭ୍ୟାଲେଣ୍ଟ ଟୀକା। ୩ ଡୋଜ୍ ଡିପିଟି ଓ ୩ ଡୋଜ ହେପାଟାଇସ ବି ବଦଳରେ ପେଣ୍ଟାଭ୍ୟାଲେଣ୍ଟ ଟୀକା ଦିଆଯିବ। ଏହା ଶିଶୁଙ୍କୁ ମସ୍ତିଷ୍କ ଜ୍ୱର, ନିମୋନିଆ, ଲହରା କାଶ, ଧନୁଷ୍ଟଙ୍କାର ଓ ହେପାଟାଇଟସ ବି’ରୁ ରକ୍ଷା କରିପାରିବ। ଓଡ଼ିଶାରେ ଏହି ଟିକା ପ୍ରଥମ ଥର ପାଇଁ ପ୍ରଚଳନ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଭାବେ ୬ ସପ୍ତାହରୁ ଛଅ ବର୍ଷ ବୟସ ମଧ୍ୟରେ ସମସ୍ତ ଶିଶୁଙ୍କୁ ପେଣ୍ଟାଭାଲେଣ୍ଟ ଟୀକାର ପ୍ରଥମ ଡୋଜ୍ ଦିଆଯିବ।  ସେପେଟେ ରାଜ୍ୟରେ ଟୀକାଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉଥରେ ସ୍ପେଶାଲ୍ ଡ୍ରାଇଭ ଆରମ୍ଭ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଇନ୍ଦ୍ରଧନୁଷର ଦ୍ୱିତୀୟ ପର୍ଯ୍ୟାୟ ନାଁରେ ଏହି ସ୍ପେଶାଲ  ଡ୍ରାଇଭ୍ ଆସନ୍ତାକାଲିଠାରୁ  ରାଜ୍ୟର ୧୩ଟି ଜିଲ୍ଲାରେ ଆରମ୍ଭ କରାଯିବ।