ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଗଠନ ହେଲା ଜଏଣ୍ଟ୍ ଭେରିଫିକେସନ୍ କମିଟି

ଭୁବନେଶ୍ୱର: ବର୍ଷା ଅଭାବରୁ ରାଜ୍ୟର ୯ଟି ଜିଲ୍ଲାର ୧୦୩ଟି ବ୍ଲକରେ ମରୁଡି ସ୍ଥିତି ସଙ୍ଗୀନ ରହିଛି। ଏହାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ଜଏଣ୍ଟ ଭେରିଫିକେସନ୍ କମିଟି ଗଠନ କରିଛନ୍ତି। ରାଜସ୍ୱ ଓ କୃଷି ବିଭାଗର ମିଳିତ ସହଯୋଗରେ ଏହି କମିଟି ଭେରିଫିକେସନ୍ କରିବ। ୭ଦିନ ଭିତରେ କମିଟିର ରିପୋର୍ଟ ଦାଖଲ ହେବା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ଖୁବଶୀଘ୍ର କୃଷିମନ୍ତ୍ରୀ ମଧ୍ୟ ପଶ୍ଚିମ ଓଡିଶାର କିଛି ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି।