ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଡିସେମ୍ବର ୩ ଯାଏଁ ଚାଲିବ ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଗୁରୁବାର ପ୍ରକାଶ ପାଇଛି ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ଏବଂ ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଆହ୍ୱାନ କରାଯାଇଛି। ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଡିସେମ୍ବର ୩ ତାରିଖ ଯାଏଁ ଚାଲିବ। ୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ହେଉଛି ଡିସେମ୍ୱର ୭। ଯଦି ଆବଶ୍ୟକ ପଡେ଼ ତା’ହେଲେ ଡିସେମ୍ୱର ୧୪ରେ ନିର୍ବାଚନ ହେବ। ସେହିଦିନ ସକାଳ ୯ଟାରୁ […]

Odisha-Assembly

Odisha-Assembly

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 06:58 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଗୁରୁବାର ପ୍ରକାଶ ପାଇଛି ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ଏବଂ ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଆହ୍ୱାନ କରାଯାଇଛି। ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଡିସେମ୍ବର ୩ ତାରିଖ ଯାଏଁ ଚାଲିବ। ୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ହେଉଛି ଡିସେମ୍ୱର ୭। ଯଦି ଆବଶ୍ୟକ ପଡେ଼ ତା’ହେଲେ ଡିସେମ୍ୱର ୧୪ରେ ନିର୍ବାଚନ ହେବ। ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ ହୋଇ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ। ରାଜ୍ୟସଭା ସଦସ୍ୟ ଥିବା ବିଜେଡି ନେତା କଳ୍ପତରୁ ଦାସଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଛି। ଗତ ଜୁଲାଇ ୨୫ ତାରିଖରେ ସେ ପ୍ରାଣ ହରାଇଥିଲେ। ରାଜ୍ୟସଭାର ସଦସ୍ୟ ଭାବେ ତାଙ୍କର କାର୍ଯ୍ୟକାଳ ୨୦୨୦ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା।

ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଏହି ଆସନଟି ପୁଣି ବିଜେଡି ଖାତାକୁ ଯିବା ନିଶ୍ଚିତ। ତେବେ ଏହି ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କିଛି ସାଂସଦଙ୍କ ଦାବି ଦଳ ଭିତରୁ ହିଁ କୌଣସି ନେତାଙ୍କୁ ରାଜ୍ୟସଭା ପଠାଯାଉ। ରାଜ୍ୟସଭା ପାଇଁ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ୍.ଭାସ୍କର ରାଓ ଓ ପୂର୍ବତନ ଶିକ୍ଷାମନ୍ତ୍ରୀ ରବି ନନ୍ଦଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି। ସେହିପରି ମହେଶ୍ୱର ମହାନ୍ତି ଓ ପ୍ରତାପ ଦେବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି।

ପୂର୍ବରୁ ବିଜେଡି ସମର୍ଥନରେ ପ୍ରାର୍ଥୀ ହୋଇ ହାରିଥିବା ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଦଳ ରାଜ୍ୟସଭାକୁ ପଠାଇପାରେ। ତେବେ ନବୀନ କାହାକୁ ବାଛୁଛନ୍ତି ଏବେ ତା’ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos