ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଉଦ୍‌ଘାଟିତ

rajyaଭୁବନେଶ୍ୱର: ରାଜ୍ୟର କୃଷକଙ୍କୁ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ବ୍ୟବହାର ଏବଂ ରାଜ୍ୟ ସରକାରଙ୍କ କୃଷିନୀତି ଓ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପରେ ଅବଗତ କରାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ  ଏହି ମହୋତ୍ସବକୁ ଶୁକ୍ରବାର ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ଏସ୍‌ସି ଜମିର୍। ଏହି ମହୋତ୍ସବ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରାୟ ୪୦୦ଟି ଷ୍ଟଲ୍‌ ଲାଗିଛି। କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ସହିତ ଅନ୍ୟାନ୍ୟ ବିଭାଗ ପକ୍ଷରୁ  ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଉଛି। ଉଦ୍‌ଘାଟନୀ ଦିବସରେ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତ୍ୟେକ ଜିଲ୍ଲାର ୨ଜଣ ଚାଷୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।