ରାମନବମୀ ପରେ ଆରମ୍ଭ ହେବ ଶ୍ରୀମନ୍ଦିରର ଜଗମୋହନ ମରାମତି

ପୁରୀ: ରାମନବମୀ ପରେ ଶ୍ରୀମନ୍ଦିରର ଜଗମୋହନ ମରାମତି କାମ ଆରମ୍ଭ ହେବ। ପ୍ରଥମେ ଜଗମୋହନର ଚାରିକୋଣରେ ଷ୍ଟିଲ୍‌ ପିଲାର ଉପର ବିମ୍ ସଂଯୋଗ କାମ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ସହମତି ପ୍ରକାଶ ପାଇଛି।

ଜଗମୋହନ ମରାମତି ବେଳେ ଶ୍ରୀମନ୍ଦିର ନୀତିକାନ୍ତକୁ ଶୃଙ୍ଖଳିତ କରାଯିବା, ଠିକ୍‌ ସମୟରେ ଜଗମୋହନର ଚାରିକୋଣରେ ନିଅଁ ଖୋଳାଯିବା ନେଇ ଏଏସ୍‌ଆଇ କୋର୍ କମିଟି ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।