ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ଘଟଣା: ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ କିଛି ଛାତ୍ରୀଙ୍କୁ ଅଟକ ଘଟଣା ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ଘଟଣାକୁ ନେଇ ବିଧାନସଭା ଅଧିବେଶନ ହୋହାଲ୍ଲା ମଧ୍ୟରେ ମୁଲତବି ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ର କଂଗ୍ରେସ, କଂଗ୍ରେସ ମହିଳା ମୋର୍ଚ୍ଚା ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ଓ […]

rd

rd

Rakesh Mallick
  • Published: Friday, 04 December 2015
  • Updated: 05 December 2015, 03:34 AM IST

Sports

Latest News

rdଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ କିଛି ଛାତ୍ରୀଙ୍କୁ ଅଟକ ଘଟଣା ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ଘଟଣାକୁ ନେଇ ବିଧାନସଭା ଅଧିବେଶନ ହୋହାଲ୍ଲା ମଧ୍ୟରେ ମୁଲତବି ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ର କଂଗ୍ରେସ, କଂଗ୍ରେସ ମହିଳା ମୋର୍ଚ୍ଚା ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ଓ ବିଶ୍ୱବିଦ୍ୟାଳୟ ଓଏସଡିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସେହିପରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି। ମୋର୍ଚ୍ଚା ପକ୍ଷରୁ ଏପରି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ଓଏସଡିଙ୍କୁ ଘେରାଉ କରିଥିଲେ।rd1

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶୃଙ୍ଖଳା କମିଟି ବୈଠକ ଡ଼କାଇ ଆଲୋଚନା କରିବା ପାଇଁ ଉଦ୍ୟମ କରିଥିଲେ। ଏଥିରେ ଅଭିଯୋଗକାରୀ ଛାତ୍ରୀମାନେ ଯୋଗ ଦେଇ ନ ଥିଲେ। ଅଭିଯୋଗକାରୀ ଛାତ୍ରୀମାନଙ୍କ ସହ ଆଲୋଚନା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଛାତ୍ର କଂଗ୍ରେସ ପକ୍ଷରୁ ଓଏସଡିଙ୍କ ଇସ୍ତଫା ଦାବି କରାଯାଇଛି। ଦଳ ପକ୍ଷରୁ ଆସନ୍ତାକାଲି ପ୍ରତ୍ୟେକ ଜିଲ୍ଲାରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ବରିଷ୍ଠ ବିଜେପି ନେତ୍ରୀ ରେଖାଶ୍ରୀ ସାମନ୍ତରାୟ କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଛାତ୍ରୀମାନଙ୍କ ସହ ଆଲୋଚନା କରିନାହାନ୍ତି। ଏହା ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବ ନୁହେଁ, ବିଜେଡି କାର୍ଯ୍ୟକ୍ରମ ଭଳି ଲାଗୁଥିଲା। ଏପରି ଘଟଣା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଶୀଘ୍ର କୌଣସି ପଦକ୍ଷେପ ନିଆ ନ ଗଲେ ବିଜେପି ପକ୍ଷରୁ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଯିବା ବୋଲି ସେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story