ରମାଦେବୀ ଛାତ୍ରୀଙ୍କୁ ଅଟକ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଅଟକ ଘଟଣାରେ ଗୁରୁବାର ଛାତ୍ର କଂଗ୍ରେସ ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀ ରାଜ୍ୟପାଳଙ୍କୁ ଭେଟିଥିଲେ। ରମାଦେବୀ ଓଏସଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଛାତ୍ରୀ ଅଟକ ଘଟଣାର ତଦନ୍ତ କରାଯିବା ନେଇ ଛାତ୍ର ପ୍ରତିନିଧିମାନେ ସ୍ମାରକପତ୍ର ଦେଇଛନ୍ତି।