ରମାଦେବୀ ପ୍ରସଙ୍ଗ: ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଅଟକ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏହାକୁ ବିଚାରକୁ ନେଇ ମାନବାଧିକାର କମିଶନ ଡିସିପିଙ୍କୁ ଘଟଣାର ତଦନ୍ତ କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଛାତ୍ରୀମାନେ ସହିଦନଗର ଥାନାରେ ବିଶ୍ୱବିଦ୍ୟାଳୟର ଓଏସଡି, ରେଜିଷ୍ଟ୍ରାର ଓ ପିଜି କାଉନସିଲ ଚେୟାରମ୍ୟାନଙ୍କ ନାଁରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ […]

rd student

rd student

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 06:02 PM IST

Sports

Latest News

rd studentଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଅଟକ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏହାକୁ ବିଚାରକୁ ନେଇ ମାନବାଧିକାର କମିଶନ ଡିସିପିଙ୍କୁ ଘଟଣାର ତଦନ୍ତ କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଛାତ୍ରୀମାନେ ସହିଦନଗର ଥାନାରେ ବିଶ୍ୱବିଦ୍ୟାଳୟର ଓଏସଡି, ରେଜିଷ୍ଟ୍ରାର ଓ ପିଜି କାଉନସିଲ ଚେୟାରମ୍ୟାନଙ୍କ ନାଁରେ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ କଂଗ୍ରେସ ଦାବି କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚା ଘଟଣା ସମ୍ପର୍କରେ ରାଜ୍ୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି। ମହିଳା କମିଶନ୍ ପୋଲିସ କମିଶନର ଓ ବିଶ୍ୱବିଦ୍ୟାଳୟ ଓଏସଡିଙ୍କୁ ୭ ଦିନରେ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos