ପଞ୍ଚାୟତ ନିର୍ବାଚନ ପାଇଁ ମହାନଦୀକୁ ନେଇ ଓଡ଼ିଶା ସରକାର ରାଜନୀତି କରୁଛନ୍ତି: ରମଣ ସିଂହ

ଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ୍ ନିର୍ମାଣ କରୁଥିବାରୁ ଓଡିଶାର ବିଜେଡି ସରକାର ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ରେଳ ରୋକ ଓ ଆନ୍ଦୋଳନ କରୁଛି। ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ। ସେ କହିଛନ୍ତି ଯେ, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଓଡିଶା ସରକାର ମହାନଦୀ ପାଣିକୁ ନେଇ ରାଜନୀତି କରୁଛନ୍ତି। ଛତିଶଗଡର ସବୁ ପାଣି ହୀରାକୁଦକୁ ଯାଉଛି। ସେହି ପାଣିକୁ ଓଡିଶା ସରକାର ରଖି ପାରୁନାହାନ୍ତି। ପାଣି ଓଭର ଫ୍ଲୋ’ ହେଉଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସ୍ଲୁଇସ୍ ଗେଟ୍ ଖୋଲୁଛନ୍ତି। ଛତିଶଗଡ଼ କେବଳ ୨୦ ପ୍ରତିଶତ ପାଣି ବ୍ୟବହାର କରୁଛି। ମହାନଦୀ ଉପର ମୁଣ୍ଡରେ ଯେଉଁ ପ୍ରକଳ୍ପ ନିର୍ମାଣ ହେଉଛି ତାହା କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁମୋଦନ କ୍ରମେ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ରମଣ ସିଂହ।