‘ବିଜେଡି ଉପରୁ ନିୟନ୍ତ୍ରଣ ହରାଇଛନ୍ତି ନବୀନ, ଓଡ଼ିଶାକୁ ଚଳାଉଛନ୍ତି ଜଣେ ତାମିଲ୍‌ ବାବୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳ ଉପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜର ନିୟନ୍ତ୍ରଣ ହରାଇନ୍ତି ଏହି ଦଳର ସଭାପତି ନବୀନ ପଟ୍ଟନାୟକ। ପୂର୍ବରୁ ସ୍ୱର୍ଗତ ପ୍ୟାରୀ ମହାପାତ୍ର ଓ ଏବେ ଜଣେ ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଓଡ଼ିଶା ଚାଲିଛି। ଦଳ ଭିତରେ ଏପରି କାର୍ଯ୍ୟ ଚାଲିବାକୁ ଆମେ ବିରୋଧ କରିଥିଲୁ। ମାତ୍ର ଆମ କଥା କେହି ଶୁଣୁନଥିଲେ। ଯେଉଁଥିପାଇଁ ଅଶୋକ ପାଣିଗ୍ରାହୀ ବିଜେଡି ଛାଡ଼ି ବିଜେପିରେ ମିଶିଲେ। ପରେ ଅଲେଖ ଜେନା ମଧ୍ୟ […]

ramaranjan baliarsingh regin from bjd

ramaranjan baliarsingh regin from bjd

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 06:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ଜନତା ଦଳ ଉପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜର ନିୟନ୍ତ୍ରଣ ହରାଇନ୍ତି ଏହି ଦଳର ସଭାପତି ନବୀନ ପଟ୍ଟନାୟକ। ପୂର୍ବରୁ ସ୍ୱର୍ଗତ ପ୍ୟାରୀ ମହାପାତ୍ର ଓ ଏବେ ଜଣେ ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଓଡ଼ିଶା ଚାଲିଛି। ଦଳ ଭିତରେ ଏପରି କାର୍ଯ୍ୟ ଚାଲିବାକୁ ଆମେ ବିରୋଧ କରିଥିଲୁ। ମାତ୍ର ଆମ କଥା କେହି ଶୁଣୁନଥିଲେ। ଯେଉଁଥିପାଇଁ ଅଶୋକ ପାଣିଗ୍ରାହୀ ବିଜେଡି ଛାଡ଼ି ବିଜେପିରେ ମିଶିଲେ। ପରେ ଅଲେଖ ଜେନା ମଧ୍ୟ ଦଳ ଛାଡ଼ିଲେ। ଆହୁରି ଅନେକ ଅଛନ୍ତି, ଯେଉଁମାନେ ବିଭିନ୍ନ ଦଳକୁ ଯିବା ପାଇଁ ମସୁଧା କରୁଛନ୍ତି। ଆଉ ଆଜି ମୁଁ ଦଳର ପ୍ରାଥମିକ ବଦରୁ ଇସ୍ତଫା ଦେଉଛି ବୋଲି ସତ୍ୟବାଦୀର ପୂର୍ବତନ ବିଜେଡି ବିଧାୟକ ରମାରଂଜନ ବଳିୟାରସିଂ କହିଛନ୍ତି।

ସେ କହିଛନ୍ତି-“ପରବର୍ତ୍ତୀ ରାଜନୈତିକ ଭାଗ୍ୟ କଣ ହେବ ସେ ସମ୍ପର୍କରେ ସତ୍ୟବାଦୀ ଜନସାଧାରଣ ସ୍ଥିର କରିବେ। ଏ ସମ୍ପର୍କରେ ସତ୍ୟବାଦୀ ଓ କଣାସ କର୍ମୀଙ୍କ ସହିତ ଆଲୋଚନା କରିବି। ସେମାନଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବେ ମୁଁ ତାକୁ ସମର୍ଥନ କରିବି।”

ସେ ଆହୁରି କହିଛନ୍ତି-“ସତ୍ୟବାଦୀ ତ୍ୟାଗର ଭୂମି। ଭୋଗର ଭୂମି ନୁହେଁ। ଏ କଥା ସମସ୍ତେ ଜାଣିଛନ୍ତି। ଦୀର୍ଘ ୨୫ ବର୍ଷ ଧରି ସତ୍ୟବାଦୀ ଜନସାଧାରଣ ଯେଉଁ ସ୍ନେହ ଦେଇଛନ୍ତି, ସେଥିପାଇଁ ସେମାନଙ୍କୁ ମୋର କୃତଜ୍ଞତା। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମୁଁ ସ୍ୱାଧୀନ ବିଧାୟକ ହୋଇଥିଲି। ସତ୍ୟବାଦୀ ଜନସାଧାରଣ ଯୋଗୁଁ ୨୦୦୮-୦୯ ମସିହା ଶ୍ରେଷ୍ଠ ବିଧାୟକ ଓ ଗୋପବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଥିଲି। ସେହି ସମୟରେ ମୁଁ ବିଜେଡିକୁ ନିସର୍ତ୍ତ ସମର୍ଥନ ଦେଇଆସୁଥିଲି। ୨୦୦୯ ରେ ଯେତେବେଳେ ବିଜେଡିଠାରୁ ବିଜେପି ଦୂରେଇ ଯାଇଥିଲା, ସେତେବେଳେ ମୁଁ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇଥିଲି। ଯାହାଦ୍ୱାରା କାମ ଚଳା ସରକାର ଚାଲି ପାରିଥିଲା।”

ସେ କହିଛନ୍ତି-“ଯେଉଁ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କ ସାଙ୍ଗଠନିକ କଥାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଏବଂ ଯିଏ ସାଂସଦଙ୍କୁ ଅଣ୍ଡାମାଡ଼ କରିଥିଲେ ସେମାନଙ୍କୁ ଦଳ ଭିତରକୁ ନିଆଗଲା। ଯିଏ ପ୍ରତିହିଂସା ରାଜନୀତି କରେ ବୋଧହୁଏ, ସେମାନଙ୍କୁ ବିଜେଡି ବିଶ୍ୱାସ କରୁଛି। ସେଥିପାଇଁ ମୋ ଯୋଗ୍ୟତା ଅଯୋଗ୍ୟତା ହେଲା। ବିଜୁ ବାବୁଙ୍କ ଶବାଧାରରେ ମୁଁ ଯାଇଥିଲି। ମାତ୍ର ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ମୋତେ ଡକାଗଲା ନାହିଁ। ଯାହା ଦୁଃଖ ଦାୟକ।”

ସେ କହିଛନ୍ତି-“ପଞ୍ଚାୟତ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ହେଲା। ହେଲେ ମୋତେ ଡକାଗଲା ନାହିଁ। ଏପରିକି କଣାସ ଓ ସତ୍ୟବାଦୀ ନିର୍ବାଚିତ ସଭାପତିଙ୍କୁ ମଧ୍ୟ ଡକାଗଲା ନାହିଁ। ସେହିପରି କଣାସ ଓ ସତ୍ୟବାଦୀରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କରାଗଲା, ମୋତେ ଡକାଗଲା ନାହିଁ। ଏହା ପରେ ମଧ୍ୟ ବ୍ୟକ୍ତିଗତ ଭାବେ ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ସମ୍ମାନ ଥିଲା ଓ ଆଗକୁ ରହିବ। ମଲା ପର୍ଯ୍ୟନ୍ତ ସେ ସମ୍ମାନ ଦେବାରେ କେବେ ଅବହେଳା କରିବି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story