ରାମକ୍ରିପାଲ ବନାମ ରାଜ୍ୟ ସରକାର: ନବରଙ୍ଗପୁରକୁ ଗସ୍ତକୁ ନେଇ ରାଜନୀତି ଜୋର

ନୂଆଦିଳ୍ଲୀ: ଉମରକୋଟ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ସେ କହିଛନ୍ତି,“ନବରଙ୍ଗପୁର ଜିଲ୍ଲାରେ ବିକାଶ କାର୍ଯ୍ୟ ଠିକ୍‌ ଭାବେ ହୋଇନି। ମନରେଗା ଓ ଇନ୍ଦିରାଆବାସ ଯୋଜନାକୁ ଠିକ୍‌ରେ କାର୍ଯ୍ୟକାରୀ କରାଯାଉନି। ମନରେଗାରେ କାମ ମିଳୁ ନ ଥିବାରୁ ଦାଦନ ଖଟିବାକୁ ଲୋକେ ଆନ୍ଧ୍ର ପଳାଇ ଯାଉଛନ୍ତି। ଏହି ସବୁ ଘୋଟାଲା ଧରାପଡ଼ିଯିବା ଭୟରେ ପ୍ରଶାସନ ମୋତେ ନବରଙ୍ଗପୁର ଆସିବାକୁ ବାରଣ କରିଥିଲା। ଏପରିକି ପ୍ରୋଟୋକଲ ଅନୁସାରେ ଜିଲ୍ଲାପାଳ […]

ramcripal

ramcripal

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 04:47 PM IST

Sports

Latest News

ନୂଆଦିଳ୍ଲୀ: ଉମରକୋଟ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ସେ କହିଛନ୍ତି,“ନବରଙ୍ଗପୁର ଜିଲ୍ଲାରେ ବିକାଶ କାର୍ଯ୍ୟ ଠିକ୍‌ ଭାବେ ହୋଇନି। ମନରେଗା ଓ ଇନ୍ଦିରାଆବାସ ଯୋଜନାକୁ ଠିକ୍‌ରେ କାର୍ଯ୍ୟକାରୀ କରାଯାଉନି। ମନରେଗାରେ କାମ ମିଳୁ ନ ଥିବାରୁ ଦାଦନ ଖଟିବାକୁ ଲୋକେ ଆନ୍ଧ୍ର ପଳାଇ ଯାଉଛନ୍ତି। ଏହି ସବୁ ଘୋଟାଲା ଧରାପଡ଼ିଯିବା ଭୟରେ ପ୍ରଶାସନ ମୋତେ ନବରଙ୍ଗପୁର ଆସିବାକୁ ବାରଣ କରିଥିଲା। ଏପରିକି ପ୍ରୋଟୋକଲ ଅନୁସାରେ ଜିଲ୍ଲାପାଳ ଓ ଏସ୍‌ପି ମୋତେ ରିସିଭ କରିନାହାନ୍ତି।”

କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝି। ସେ କହିଛନ୍ତି,“ରାମକ୍ରିପାଲ ନବରଙ୍ଗପୁର କାହିଁକି ଯାଇଥିଲେ ତାହା ସମସ୍ତଙ୍କୁ ଜଣା। ସେ ଦଳୀୟ କାର୍ଯ୍ୟକ୍ରମରେ ଯାଇଥିଲେ ଏବଂ କର୍ମୀ ସମ୍ମିଳନୀ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos