କ୍ୟାଟ୍‌ୱାକ୍‌ କରି ଜଲୱା ଦେଖାଇଲେ ବିବାହିତା ମହିଳା

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ସହରରେ ଆୟୋଜିତ ହୋଇଥିବା ରାମ୍ପ ଶୋ’ରେ କମାଲ ଦେଖାଇଛନ୍ତି ବିବାହିତା ମହିଳା। ରାଉରକେଲାର ହ୍ୟାପି ମୁମେଣ୍ଟ ଓ ବଲାଙ୍ଗିରର ବ୍ଲୁ ଓରେଞ୍ଜ ସଙ୍ଗଠନ ମିଳିତ ଭାବରେ ଆୟୋଜନ କରିଥିଲେ ଏହି ରାମ୍ପ ଶୋ’ ‘ଚାର୍ମିଂ ଲେଡି-୨୦୧୮’। ବଲାଙ୍ଗିରରୁ ଆରମ୍ଭ ହୋଇଛି ଏହି ଅଡିସନ୍ ରାଉଣ୍ଡ। ପାଶ୍ଚାତ୍ୟ ସଙ୍ଗୀତର ତାଳେତାଳେ ଜଣେ ପରେ ଜଣେ ମହିଳା ରାମ୍ପରେ କ୍ୟାଟ୍‌ୱାକ୍‌ କରି ନିଜର ପ୍ରତିଭା ଦେଖାଇଛନ୍ତି। ବଲାଙ୍ଗିର ଟାଉନ ହଲ୍‌ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ନୃତ୍ୟଶିଳ୍ପୀ ସୁଚରିତା ରଥ ଓ କୁମାର ଭୀମସେନ ବିଚାରକ ଥିଲେ।

ବଲାଙ୍ଗିର ସମେତ କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦ ଜଣ ମହିଳା ଏହି ରାମ୍‌ ଶୋ’ରେ ଭାଗ ନେଇଥିଲେ। ଆଗାମୀ ଦିନରେ  ବରଗଡ଼, ଦେବଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ରାଉରକେଲା ଅଡିସନ୍ ହେବ। ଏହାପରେ ୩୦ ଜଣ ମହିଳାଙ୍କୁ ଗ୍ରୁମିଂ କରାଯିବ ଓ ଅଗଷ୍ଟ ଶେଷ ମାସରେ ଫାଇନାଲ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଆୟୋଜକ ରାଜେନ୍ଦ୍ର ପ୍ରଦାସ ପଣ୍ଡା ସୂଚନା ଦେଇଛନ୍ତି।