ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ ସମ୍ପ୍ରସାରଣ ପ୍ରସଙ୍ଗ: ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

ବ୍ରହ୍ମପୁର: ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ ସମ୍ପ୍ରସାରଣ ନେଇ ବାରମ୍ୱାର ଦାବି ପରେ କେନ୍ଦ୍ରୀୟ ଟିମ୍ ଆଜି ଅନୁଧ୍ୟାନ କରିଛନ୍ତି। ବିମାନ ଚଳାଚଳ ନିର୍ଦ୍ଦେଶକ ଏସ୍‌.ପି ମହାପାତ୍ର ଓ ୱାର୍କସ୍‌ ଡିପାର୍ଟମେଣ୍ଟର ସେକ୍ରେଟାରୀ ନନ୍ଦିନୀ କୁମାର ପ୍ରଧାନ ଅନୁଧ୍ୟାନ ଟିମ୍‌ରେ ଅଛନ୍ତି। ଜିଲ୍ଲାପାଳ ପ୍ରେମଚନ୍ଦ ଚୌଧୁରୀ  ଓ ପୂର୍ତ୍ତ ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏୟାର ଷ୍ଟ୍ରିପ୍‌ ସମ୍ପ୍ରସାରଣ ନେଇ ଗଞ୍ଜାମ ଫୋରମ୍  ସମେତ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷ ହେଲା ଦାବି କରିଆସୁଥିଲେ।