କଥା ଦେଇ କଥା ରଖିଲେ ରାନୀ, ମୈଦାନକୁ ଓହ୍ଲାଇଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ମୈଦାନରେ ଜଲିଉଡ୍ ଅଭିନେତ୍ରୀ ରାନୀ ପଣ୍ଡା।  ତେବେ କୌଣସି ପ୍ରମୁଖ ଦଳ ନୁହେଁ, ବରଂ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ରାନୀ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏ ହାଇପ୍ରୋଫାଇଲ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୮୦ ବର୍ଷ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ତାଙ୍କର କଳ ବଳ ନଥିବାରୁ […]

8907

8907

Tapas Behera
  • Published: Saturday, 24 October 2020
  • Updated: 24 October 2020, 07:43 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ମୈଦାନରେ ଜଲିଉଡ୍ ଅଭିନେତ୍ରୀ ରାନୀ ପଣ୍ଡା।  ତେବେ କୌଣସି ପ୍ରମୁଖ ଦଳ ନୁହେଁ, ବରଂ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ରାନୀ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏ ହାଇପ୍ରୋଫାଇଲ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୮୦ ବର୍ଷ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ।

ତାଙ୍କର କଳ ବଳ ନଥିବାରୁ ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କ ପାଇଁ ପ୍ରଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାନୀ ଆଜି ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଗୁଡ଼ିପଦା  ଓ ଶୋଭାରାମପୁର ଅଞ୍ଚଳକୁ ଯାଇ ବେଣୁ ମଉସାଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସ୍ଥାନୀୟ ମତଦାତାଙ୍କୁ ହାତ ଯୋଡ଼ି ରାନୀ ଭୋଟ୍ ମାଗିବା ସହ କେଟିଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos