ଗୃହରକ୍ଷୀଙ୍କୁ ଯବାନଙ୍କ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ମହିଳା ଗୃହରକ୍ଷୀଙ୍କୁ ଜଣେ ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଯବାନ ଜଣକ ବିହାର ରେଜିମେଣ୍ଟର। ତାଙ୍କ ଘର ଟିକାବାଲି ଥାନା ପେନାଗଭାରୀ ଗାଁରେ। ତାଙ୍କ ନାଁ ଟୁଲୁ ପ୍ରଧାନ।

ଗତ କିଛି ଦିନ ତଳେ ଟୁଲୁ ଛୁଟିରେ ଗାଁକୁ ଆସିଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଟୁଲୁ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା ଗୃହରକ୍ଷୀ । ଜି.ଉଦୟଗିରି ଥାନାରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ପୋଲିସ ଏ ସମ୍ପର୍କରେ ମାମଲା ରୁଜୁ କରିବା ସହ ଟୁଲୁ ପ୍ରଧାନଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଉଭୟଙ୍କ ମଧ୍ୟରେ କ’ଣ ସମ୍ପର୍କ ଥିଲା, ସେନେଇ ପୋଲିସ ତନାଘନା କରୁଛି ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।