ରସଗୋଲା ବିବାଦ: ୧୧ରେ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ଦେବ କମିଟି

ଭୁବନେଶ୍ୱର: ରସଗୋଲାର ଜିଆଇ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ ମାନ୍ୟତା ହାସଲ ଲାଗି ଗଠିତ ମିଳିତ କମିଟି ଆସନ୍ତା ୧୧ ତାରିଖରେ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ଦେବ। ପୂର୍ଣ୍ଣାଙ୍ଗ ରିପୋର୍ଟ ପାଇଁ ଆଉ ମାସେ ସମୟ ମାଗାଯିବ ବୋଲି ଶୁକ୍ରବାର ବସିଥିବା ପ୍ରଥମ ବୈଠକରେ କମିଟିର ଅଧ୍ୟକ୍ଷ  ସୁଦର୍ଶନ ଦାଶ  ସୂଚନା ଦେଇଛନ୍ତି।

ପାହାଳ ରସଗୋଲା ବ୍ୟବସାୟୀ ସଂଘକୁ ନେଇ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବା ସହ ରସଗୋଲାର ଉତ୍ପତ୍ତି ସ୍ଥଳ ସମ୍ପର୍କିତ ତଥ୍ୟ ସଂଗ୍ରହ ନେଇ ଆଲୋଚନା କରାଯାଇଛି। ରସଗୋଲାର ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ତାର ଦାବି ଉପସ୍ଥାପନ ପାଇଁ ୩ଟି କମିଟି ଗଠନ କରି ତଥ୍ୟ ସଂଗ୍ରହ କରୁଛି।  ଆଜିର ବୈଠକରେ ଏଥିରେ ବୁଦ୍ଧିଜୀବୀ, ଗବେଷକ ଓ ପାହାଳ ରସଗୋଲା ବ୍ୟବସାୟୀ ସଂଘର ପ୍ରତିନିଧି ଯୋଗ ଦେଇଥିଲେ।