ରାସନକାର୍ଡ ବିବାଦ: ଦାମ-ଦେବାଶିଷ ମୁହାଁମୁହିଁ

ଭୁବନେଶ୍ୱର: ରାସନକାର୍ଡରେ କଟକ ମେୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନେଇ ବିଜେଡିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଦୁଇ ହେଭିୱେଟ ନେତା ଦାମୋଦର ରାଉତ ଏବଂ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଅରମ୍ଭ ହୋଇଯାଇଛି। ଦାମ, ଅନୀତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନକୁ ନାପସନ୍ଦ କରିବା ପରେ ଦଳର ନିଷ୍ପତ୍ତି ବିରୋଧରେ କହିବାକୁ ସେ କିଏ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି।

ଦେବାଶିଷ କହିଛନ୍ତି ଦାମବାବୁ ଏ ବିଷୟରେ ପଚାରିବାକୁ କିଏ। ସେ କହୁନାହାନ୍ତି କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତି। ଆମେ ତାଙ୍କୁ ପଚାରି କି ନେଇଥାନ୍ତୁ। ଆସିକି ଯେଉଁଠି ଉପଦେଶ ଦେବା କଥା ଦେଳେନାହିଁ, ଏଇଟା କରିବା ଠିକ ହେବନାହିଁ।ଏହାର ଉତ୍ତର ଦେଇ ଦାମ କହିଛନ୍ତି, ଯେତେବେଳେ ନିର୍ବାଚନ ହେଲା ମୋତେ ଉପସଭାପତି କରାଯାଇଥିଲା। ବିଜୁ ପଟ୍ଟନାୟକଙ୍କ ନାମରେ ଦଳ ଅଛି। ୨୦୦୦ ମସିହା ପର୍ଯ୍ୟନ୍ତ ସେ ବିଜୁ ପଟ୍ଟନାୟକ ଓ ଦଳକୁ ବିରୋଧ କରୁଥିଲେ। ୧୯୮୯ରେ ବିଜୁ ପଟ୍ଟନାୟକ ଯେତେବେଳେ ତିର୍ତ୍ତୋଲ ତାଙ୍କ (ଦେବାଶିଷ)ଙ୍କ ସଭା କରିବାକୁ ଗଲେ ସେ ଖଣ୍ଡା ତଲୱାର ଧରି ସଭା ଭାଙ୍ଗିବାକୁ ଚେଷ୍ଟା କରିଥିଲେ।

କଥା କେବଳ ଏତିକିରେ ସୀମିତ ରହି ନାହିଁ। ଦୁହିଁଙ୍କ ମଧ୍ୟରେ ବ୍ୟକ୍ତିଗତ ଆକ୍ଷେପ ପ୍ରତି ଆକ୍ଷେପ ବି ଆରମ୍ଭ ହୋଇଯାଇଛି।

ଦେବାଶିଷ କହିଛନ୍ତି, ଦାମ ବାବୁ କହୁତ କଥାରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେ ଆଗ ତାଙ୍କର ଚିକିତ୍ସା କରାନ୍ତୁ। ତାଙ୍କ ନିର୍ବାଚନ ମଣ୍ଡଳୀ କଥା ବୁଝନ୍ତୁ। ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଧାୟକମାନେ କ’ଣ କରୁଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ।

ଏହାର ଉତ୍ତର ଦେଇଛନ୍ତି ଦାମ। ସେ କହିଛନ୍ତି, ସେ ଯାହା ଖାଇକ ତାଙ୍କ ସ୍ୱାସ୍ଥ୍ୟ ରଖିଛନ୍ତି ସେ କଥା ମୁଁ ଜାଣିଛି। ମୁଁ ଡାକ୍ତରଙ୍କୁ ପଚାରି କି ଖାଉଛି। ସେ କହୁଛନ୍ତି ମୋ ନିର୍ବାଚନ ମଣ୍ଡଳୀର ମାଟି ଖସି ଖସି ଯାଉଛି। ୪ଜଣ ଲୋକଙ୍କୁ ବାଣ ଫୁଟାଇ ମାରିଦେବେ। ତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା ନାହିଁ।

ତେବେ ଏବେ ଦାମ ଓ ଦେବାଶିଷଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବାକ ଯୁଦ୍ଧ ଆଗାମୀ ଦିନରେ କେଉଁ ଆଡକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।