ରାସନକାର୍ଡ଼ ଅନିୟମିତତା! ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ରାସନ୍‌କାର୍ଡ଼ ବଣ୍ଟନରେ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇ ଅଯୋଗ୍ୟଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ଯୋଗ୍ୟ ହିତାଧିକାରୀମାନେ ବ୍ଲକ ଅଫିସ୍‌ରେ ଭଙ୍ଗାରୁଜା କରିଛନ୍ତି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଫିସ୍‌ରେ ଘଟିଛି।

ରାସନ୍‌କାର୍ଡ଼ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ନେଇ ନାମକୁଣ୍ଡା ପଞ୍ଚାୟତବାସୀ ଆଜି ବିଡିଓଙ୍କୁ ଜଣାଇବାକୁ ଆସିଥିଲେ। ବିଡ଼ିଓ ନଥିବାରୁ ମୁଖ୍ୟ କିରାଣୀ ଦାବିପତ୍ର ଗ୍ରହଣ କରିଥିଲେ। ପରେ ଗାଁ ଲୋକେ ବ୍ଲକ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ଲକ ଅଫିସ୍‌ କିରାଣୀ ମଧୁସୂଦନ ମହାପାତ୍ର କହିଛନ୍ତି-“ରାସନକାର୍ଡ଼ ଅନିମିତତା ଅଭିଯୋଗ ଆଣି  ୫୦ରୁ ୬୦ ମହିଳା ଆଜି ବିଡ଼ିଓଙ୍କୁ ଦେଖା କରିବାକୁ ଆସିଥିଲେ। ବିଡିଓ ନଥିବାରୁ ତାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି।”

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’