ରାସନକାର୍ଡ ପ୍ରସଙ୍ଗ: ବିଜେପି ଓ କଂଗ୍ରେସର ବିକ୍ଷୋଭ, ପୁରୀଘାଟ ଥାନାରେ କଟକ ମେୟରଙ୍କ ନାଁରେ ମାମଲା

କଟକ: ରାସନକାର୍ଡ ତାଲିକାରେ କଟକ ମେୟର ଅନିତା ବେହେରାଙ୍କ ନାଁ ରହିଥିବା ନେଇ ତେଜୁଛି ଆନ୍ଦୋଳନ। ଘଟଣାର ପ୍ରତିବାଦରେ ମଙ୍ଗଳବାର କଟକ ନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୌରୀଶଙ୍କର ପାର୍କରୁ ବହୁ ଯୁବକ ଓ ମହିଳା କର୍ମୀ ଏକ ଶୋଭାଯାତ୍ରା ବାହାରି ସିଏମ୍ସି କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ମେୟରଙ୍କୁ ବହିଷ୍କାର ଓ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି। ଅନ୍ୟପଟେ ସେହି ଏକା […]

bjp strike

bjp strike

Rakesh Mallick
  • Published: Tuesday, 29 December 2015
  • Updated: 29 December 2015, 05:05 PM IST

Sports

Latest News

କଟକ: ରାସନକାର୍ଡ ତାଲିକାରେ କଟକ ମେୟର ଅନିତା ବେହେରାଙ୍କ ନାଁ ରହିଥିବା ନେଇ ତେଜୁଛି ଆନ୍ଦୋଳନ। ଘଟଣାର ପ୍ରତିବାଦରେ ମଙ୍ଗଳବାର କଟକ ନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୌରୀଶଙ୍କର ପାର୍କରୁ ବହୁ ଯୁବକ ଓ ମହିଳା କର୍ମୀ ଏକ ଶୋଭାଯାତ୍ରା ବାହାରି ସିଏମ୍ସି କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ମେୟରଙ୍କୁ ବହିଷ୍କାର ଓ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି। ଅନ୍ୟପଟେ ସେହି ଏକା ଦାବିରେ କଟକ ନଗର କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ ସହରର ଅନେକ ସାଧାରଣ ଜନତା ଓ ବସ୍ତି ବାସିନ୍ଦା ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ମେୟରଙ୍କ ନାଁ ତାଲିକାରେ ସାମିଲ ହେବାକୁ ଦଳ ନିନ୍ଦା କରିଛି। ଏହାସହ କଂଗ୍ରେସ ପକ୍ଷରୁ ମେୟରଙ୍କ ବିରୁଦ୍ଧରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି।

ରାସନକାର୍ଡ ତାଲିକାରେ କଟକ ମେୟର ଅନୀତା ବେହେରାଙ୍କ ନାଁ ଥିବା ନେଇ ଅଭିଯୋଗ ଆସିବା ପରେ ଗତକାଲି ସିଏମସି କମିଶନର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡେପୁଟି କମିଶନରଙ୍କ ସହ ୪ ଜଣ ଅଧିକାରୀ ଏହି ଅଭିଯୋଗର ତଦନ୍ତ କରିବେ। ମେୟର ଅନୀତା ବେହେରାଙ୍କ ନାଁ ରାସନକାର୍ଡ ତାଲିକାରେ ଥିବା ଅଭିଯୋଗ କରି ଗତକାଲି ମହାନଗର ନିଗମ ବୈଠକରେ କର୍ପୋରେଟରମାନେ ହଟ୍ଟଗୋଳ କରିଥିଲେ।

ଅନ୍ୟପକ୍ଷରେ ମେୟର ଏନେଇ ସଫେଇ ଦେଇଛନ୍ତି ଯେ ସେ ଏ ସଂପର୍କରେ କିଛି ଜାଣି ନାହାନ୍ତି। ତାଙ୍କ ପରିବାର ଲୋକେ ଭୁଲବଶତଃ ଏପରି କରି ଦେଇଛନ୍ତି। ଏପରିକି ତାଙ୍କ ନାଁ ଏହି ତାଲିକାରେ ଥିବା ଜଣାପଡ଼ିବା ପରେ ସେ ଏହାକୁ ବାଦ୍ ଦେବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା କହିଛନ୍ତି।  ଏହା ସହିତ ତାଙ୍କ ବିରୁଦ୍ଧରେ ଯାହା ତଦନ୍ତ ହେବ ତାହାର ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମେୟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story