ରାସନ କାର୍ଡ ତାଲିକାରେ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା

ନୀଳଗିରି: ଲମ୍ବିବାରେ ଲାଗିଛି ରାସନ୍ କାର୍ଡ କେଳେଙ୍କାରୀ। ଜଣକ ପରେ ଜଣେ ଜନ ପ୍ରତିନିଧିଙ୍କ ନାଁ ପଦାକୁ ଆସିବାରେ ଲାଗିଛି। ଆଜି ରାସନ କାର୍ଡ କେଳେଙ୍କାରୀରେ ଆଉ ଜଣେ ଜନ ପ୍ରତିନିଧିଙ୍କ ନାଁ ଥିବା ଅଭିଯୋଗ ହୋଇଛି । ସେ ହେଉଛନ୍ତି ନିଳଗିରି ବ୍ଳକ ଅଧ୍ୟକ୍ଷା ବିନତି ନାୟକ । ବିନତୀ ନୀଳଗିରି ବ୍ଳକ ନରସିଂହପୁରର ସମିତି ସଭ୍ୟ ଅଛନ୍ତି। ରେସନ କାର୍ଡ ତାଲିକାରେ ବିନତି ଏବଂ ତାଙ୍କ ସ୍ୱାମୀ ଗଦାଧର ନାୟକଙ୍କ ନାଁ  ଥିବା ଦେଖିବାକୁ ମିଳିଛି।