ଢେଙ୍କାନାଳ ମିନି ଷ୍ଟାଡିୟମ ନିକଟରୁ ୨୦୦ରୁ ଅଧିକ ରାସନକାର୍ଡ ଠାବ

ଢେଙ୍କନାଳ: ଢେଙ୍କାନାଳ ମିନି ଷ୍ଟାଡିୟମ ନିକଟ ରାସ୍ତା କଡ଼ରେ ଆଜି ବହୁ ସଂଖ୍ୟାରେ ରାସନକାର୍ଡ ଠାବ ହୋଇଛି। ୨୦୦ରୁ ଅଧିକ ରାସନକାର୍ଡ ପରିତ୍ୟକ୍ତ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଆଜି ସକାଳେ କାର୍ଡ ଗୁଡ଼ିକ ପଡ଼ିଥିବା  ଦେଖିଥିଲେ। ଏଗୁଡ଼ିକ କେନ୍ଦୁଝର ଅଞ୍ଚଳର ବୋଲି ସୂଚନା ମିଳିଛି। ଏହାକୁ  ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ଉଦ୍ଧାର କରି ରଖିଛନ୍ତି। ତେବେ ଏନେଇ ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।