ରାସପୁର ଜଙ୍ଗଲରୁ ଚିତା ବାଘର ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରାସପୁର ଜଙ୍ଗଲରୁ ଗୋଟିଏ ଚିତା ବାଘର ମୃତଦେହ ବନ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଘ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ହତ୍ୟା କରାଯାଇ ଥିବା ବନ ବିଭାଗ ସନ୍ଦେହ କରୁଛି।

ରବିବାର ରାସପୁର ଗାଁର ରୂପ ସିଂ ଗଣ୍ଡ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ଚିତା ବାଘ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣା ପରେ ଗାଁ ପାର୍ଶ୍ୱ ଜଙ୍ଗଲରୁ ଚିତା ବାଘର ମୃତଦେହ ବନ ବିଭାଗ ଉଦ୍ଧାର କରିଛି।