ପୁଣି ଥଣ୍ଡା ପଡ଼ିଗଲେ ସରକାର: ରସଗୋଲାକୁ ଭୁଲିଗଲେ, ଅଣ୍ଟା ଭିଡ଼ିଲେଣି ପ୍ରାଇଭେଟ୍‌ ପାର୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରସଗୋଲା କଥା ପାଶୋରି ଗଲେଣି ରାଜ୍ୟ ସରକାର। ଘନ ଘନ ବୈଠକ କରି ଐତିହାସିକ ଓ ଗବେଷକଙ୍କଠୁ ତଥ୍ୟ ମାଗିଲେ। ହେଲେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଆବେଦନ କରିବାକୁ ୨୦୧୭ ଯାଇ ୧୮ ହେଲାଣି। ହେଲେ ଅଜିପର୍ଯ୍ୟନ୍ତ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇ ନାହିଁ। ଯାହାକୁ ନେଇ ଓଡ଼ିଶା ରସଗୁଲା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ନଭେମ୍ବର ୧୪ରେ ବାଂଲା ରସଗୋଲାକୁ ପଶ୍ଚିମବଙ୍ଗର ଜିଆଇ ଟ୍ୟାଗ୍ ମିଳିବା ପରେ […]

Rasagola

Rasagola

Rakesh Mallick
  • Published: Monday, 08 January 2018
  • Updated: 08 January 2018, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରସଗୋଲା କଥା ପାଶୋରି ଗଲେଣି ରାଜ୍ୟ ସରକାର। ଘନ ଘନ ବୈଠକ କରି ଐତିହାସିକ ଓ ଗବେଷକଙ୍କଠୁ ତଥ୍ୟ ମାଗିଲେ। ହେଲେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଆବେଦନ କରିବାକୁ ୨୦୧୭ ଯାଇ ୧୮ ହେଲାଣି। ହେଲେ ଅଜିପର୍ଯ୍ୟନ୍ତ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇ ନାହିଁ। ଯାହାକୁ ନେଇ ଓଡ଼ିଶା ରସଗୁଲା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତ ନଭେମ୍ବର ୧୪ରେ ବାଂଲା ରସଗୋଲାକୁ ପଶ୍ଚିମବଙ୍ଗର ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା। ବିଳି ବିଳି ହୋଇ ୭ ଦିନରେ ଆବେଦନ କରିବୁ ବୋଲି କହିଥିଲେ। ହେଲେ ଦେଢ ମାସ ପରେ ବି ପାଦେ ଆଗେଇ ନାହାନ୍ତି। ସେପଟେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଦେଖି ନିଜ ଆଡୁ ଜିଆଇ ଟ୍ୟାଗ୍ ଆବେଦନ ପାଇଁ ଅଣ୍ଟା  ଭିଡିଲେଣି ମିଠା ବ୍ୟବସାୟୀ ଓ କେତେକ ସଂଗଠନ।

ଓଡ଼ିଶାର ୧୪ଟି ସାମଗ୍ରୀକୁ ମିଳିଛି ଆଇ ଟ୍ୟାଗ

ପିପିଲି ଚାନ୍ଦୁଆ

ରଘୁରାଜପୁର ପଟ୍ଟଚିତ୍ର

କୋଣାର୍କ ପଥର କାମ

ଗଞ୍ଜାମର କିଆ ଫୁଲ

ସମ୍ବଲପୁରୀ ବାନ୍ଧ ଶାଢ଼ି

ଗୋପାଳପୁର ଟସର ଶାଢ଼ି

ଖଣ୍ଡୁଆ ଶାଢ଼ି

କୋଟପାଡ ହସ୍ତତନ୍ତ

ଇକତ ହସ୍ତତନ୍ତ

ଧଳାପଥର ପରଦା

ବମକାଇ ଶାଢି

ହବ୍‌ସପୁରୀ ଶାଢି

ବ୍ରହ୍ମପୁର ଫୋଡାକୁମ୍ଭ ଶାଢି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos