ଦଉଡ଼ି ବଳିବାକୁ ମନା କଲା କତା ନିଗମ, ନୀତି ପ୍ରଶାସକ କହିଲେ- ଆମ ପାଖରେ ମହଜୁଦ୍‌ ଅଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାବି ପୂରଣ ନହେଲେ ଦଉଡି ବଳିବେ ନାହିଁ ବୋଲି ଓଡ଼ିଶା ସମବାୟ କତା ନିଗମ କର୍ମଚାରୀମାନେ କହିଛନ୍ତି। ଯାହାଫଳରେ ରଥା ଟଣାରେ ବିଭ୍ରାଟ୍‌ ଦେଖାଦେଇପାରେ। କିନ୍ତୁ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ରଥ ଟଣାରେ କିଛି ସମସ୍ୟା ଦେଖାଦେବ ନାହିଁ। ଆପମାଖରେ ପର୍ଯ୍ୟାପ୍ତ ଦଉଡ଼ି ମହଜୁଦ୍‌ ରହିଛି। ସଂଘ ସଭାପତି ମୁକ୍ତିକାନ୍ତ ମହାପାତ୍ର କହିଛନ୍ତି,“୪ର୍ଥ ବେତନ କମିଶନଙ୍କ ସୁପାରିସ୍‌ ଅନୁସାରେ କର୍ମଚାରୀମାନେ ୧୯୮୯ ମସିହାରୁ ଦରମା ପାଇଆସୁଛନ୍ତି। କର୍ମଚାରୀମାନେ ମାସିକ ସର୍ବନିମ୍ନ ୩୦୦୦ […]

v6

v6

Rakesh Mallick
  • Published: Monday, 25 June 2018
  • Updated: 25 June 2018, 04:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାବି ପୂରଣ ନହେଲେ ଦଉଡି ବଳିବେ ନାହିଁ ବୋଲି ଓଡ଼ିଶା ସମବାୟ କତା ନିଗମ କର୍ମଚାରୀମାନେ କହିଛନ୍ତି। ଯାହାଫଳରେ ରଥା ଟଣାରେ ବିଭ୍ରାଟ୍‌ ଦେଖାଦେଇପାରେ। କିନ୍ତୁ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ରଥ ଟଣାରେ କିଛି ସମସ୍ୟା ଦେଖାଦେବ ନାହିଁ। ଆପମାଖରେ ପର୍ଯ୍ୟାପ୍ତ ଦଉଡ଼ି ମହଜୁଦ୍‌ ରହିଛି।

ସଂଘ ସଭାପତି ମୁକ୍ତିକାନ୍ତ ମହାପାତ୍ର କହିଛନ୍ତି,“୪ର୍ଥ ବେତନ କମିଶନଙ୍କ ସୁପାରିସ୍‌ ଅନୁସାରେ କର୍ମଚାରୀମାନେ ୧୯୮୯ ମସିହାରୁ ଦରମା ପାଇଆସୁଛନ୍ତି। କର୍ମଚାରୀମାନେ ମାସିକ ସର୍ବନିମ୍ନ ୩୦୦୦ ଓ ସର୍ବାଧିକ ୭୦୦୦ ଟଙ୍କା ଦରମା ପାଉଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି କରାଯାଉନାହିଁ। ଏନେଇ କର୍ମଚାରୀମାନେ ସରକାରଙ୍କ ପାଖରେ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସେଥିପାଇଁ ଗତ ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛୁ। ଜୁଲାଇ ୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ରଥ ଦଉଡି ତିଆରି କାମରେ ଯୋଗଦେବୁ ନାହିଁ।”

ରାଜ୍ୟର ସମସ୍ତ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ରଥ ଯାତ୍ରାକୁ ଓଡ଼ିଶା କତା ନିଗମ ଦଉଡି ଯୋଗାଇଥାଏ। ପୁରୀ ରଥ ଟଣା ପାଇଁ ପ୍ରସ୍ତୁତ ହୋଇଥିବା ଦଉଡି ସ୍ୱତନ୍ତ୍ର ରୀତିନୀତି ଅନୁସାରେ ତିଆରି କରାଯାଇଥାଏ। ତିନି ରଥ ପାଇଁ ୧୪ଟି ଦଉଡି ତିଆରି କରାଯାଇଥାଲ। ପ୍ରତି ଦଉଡିର ଲମ୍ୱ ୬୭ ମିଟର ଓ ଗୋଲେଇ ୮ ଇଞ୍ଚ ରହିଛି। ଚଳିତବର୍ଷ ଘେର ଦଉଡା ୬ ଟା ଓ ପୋଲିସ କଡ଼ନ ପାଇଁ ୩ଟି ଦଉଡା ଆକଶ୍ୟକ ରହିଛି। ଯଦି କତା ନିଗମ କର୍ମଚାରୀମାନେ ଆନ୍ଦୋଳନ କରନ୍ତି, ତାହାହେଲେ ରଥ ଟଣାରେ ବିଭ୍ରାଟ୍‌ ଦେଖାଦେଇପାରେ। କେବଳ ଶ୍ରୀକ୍ଷେତ୍ର ନୁହେଁ ସମଗ୍ର ରାଜ୍ୟରେ ରଥ ଟଣାରେ ସମସ୍ୟା ଦେଖାଦେଇପାରେ ବୋଲି ଅନୁମାନ କରାଯାଉଛି।

ରଥ ଦଉଡ଼ି ସମସ୍ୟା ନାହିଁ !

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ହୋଇଥିବା ତୃତୀୟ ସମନ୍ୱୟ କମିଟି ବୈଠକ ଶେଷ ହୋଇଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜର ସମ୍ମିଳନୀ କକ୍ଷରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ସ୍ୱରେଜ, ଡ୍ରେନେଜ, ଆଲୋକ ବ୍ୟବସ୍ଥା, ସୁରକ୍ଷା, ରେଳ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଇଥିଲେ। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ମଧ୍ୟ ଯୋଗ ଦେଇଥିଲେ। ବିଶେଷକରି ରଥ ଟଣା ଦଉଡି ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ନୀତି ପ୍ରଶାସକ କହିଥିଲେ-“ରଥ ଟଣା ପାଇଁ ୧୪ଟି ଦଉଡ଼ି ଆବଶ୍ୟକ ଥିବା ବେଳେ ୧୨ଟିର ତିଆରି ସରିଛି। କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ୨ଟି ଦଉଡ଼ି ତିଆରି ହୋଇନି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ୨୦ଟି ଦଉଡ଼ି ମହଜୁଦ ଅଛି, ଆବଶ୍ୟକ ହେଲେ ଉକ୍ତ ଦଉଡ଼ିକୁ ବ୍ୟବହାର କରାଯାଇ ପାରିବ ବୋଲି ନିଷ୍ପତ୍ତି ନିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos