ରଥଯାତ୍ରା ନେଇ ଆରଡିସିଙ୍କ ସମୀକ୍ଷା ବୈଠକ

ପୁରୀ: ଆସନ୍ତା ରଥଯାତ୍ରା ନେଇ ପୁରୀ ସର୍କିଟ୍‌ ହାଉସ୍‌ରେ ଗୁରୁବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ଅଟଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ, ଡ୍ରେନେଜ୍, ସ୍ୱରେଜ ଓ ବିଦ୍ୟୁତ୍‌ ସେବା ନେଇ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର କହିଛନ୍ତି,“ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଗାମୀ […]

puri

puri

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 09:20 AM IST

Sports

Latest News

ପୁରୀ: ଆସନ୍ତା ରଥଯାତ୍ରା ନେଇ ପୁରୀ ସର୍କିଟ୍‌ ହାଉସ୍‌ରେ ଗୁରୁବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ଅଟଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ, ଡ୍ରେନେଜ୍, ସ୍ୱରେଜ ଓ ବିଦ୍ୟୁତ୍‌ ସେବା ନେଇ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।

ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର କହିଛନ୍ତି,“ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରାରେ ରାସ୍ତାଘାଟରୁ ଆରମ୍ଭ କରି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଛି। ବିଶେଷ କରି ରଥଯାତ୍ରା ସହିତ ଜଡ଼ିତ ଆନୁସଙ୍ଗିକ ବିଷୟ ଉପରେ ଆଲୋଚନା ହୋଇଛି।”

ବୈଠକରେ ପୁରୀ ଏସ୍‌ପି ଓ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos