ରଥଯାତ୍ରା ବେଳେ ପୁରୀରେ ମୁତୟନ ହେବେ ୧୩୧ ପ୍ଲାଟୁନ୍‌ ଫୋର୍ସ

ପୁରୀ: ରଥଯାତ୍ରା ବେଳେ ପୁରୀରେ ମୁତୟନ ହେବେ ୧୩୧ ପ୍ଲାଟୁନ୍‌ ଫୋର୍ସ। ଆଜି ପୁରୀ ପୌର ସଦନରେ ଆୟୋଜିତ ରଥଯାତ୍ରା ସମୀକ୍ଷା ବୈଠକରେ ଏହା କହିଛନ୍ତି ଡିଜିପି କେ.ବି. ସିଂହ। ସେ କହିଛନ୍ତି, “ରଥଯାତ୍ରା ପରିଚାଳନା ଦାୟିତ୍ୱ ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ଆଇଜି ସଙ୍ଗୀବ ପଣ୍ଡାଙ୍କୁ ଟ୍ରାଫିକ୍‌ ନିୟନ୍ତ୍ରଣ, ଆଇଜି ଅସିତ ପାଣିଗ୍ରାହୀଙ୍କୁ ଭିଡ ନିୟନ୍ତ୍ରଣ ଦାୟିତ୍ୱ, ଏଡିଜି ବନୟାନନ୍ଦ ଝାଙ୍କୁ ରଥ କର୍ଡନ ଦାୟିତ୍ୱ ଏବଂ ଆଇ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଶ୍ରୀମନ୍ଦିର ପରିଚାଳନା […]

puri

puri

Rakesh Mallick
  • Published: Sunday, 03 July 2016
  • Updated: 03 July 2016, 09:41 PM IST

puriପୁରୀ: ରଥଯାତ୍ରା ବେଳେ ପୁରୀରେ ମୁତୟନ ହେବେ ୧୩୧ ପ୍ଲାଟୁନ୍‌ ଫୋର୍ସ। ଆଜି ପୁରୀ ପୌର ସଦନରେ ଆୟୋଜିତ ରଥଯାତ୍ରା ସମୀକ୍ଷା ବୈଠକରେ ଏହା କହିଛନ୍ତି ଡିଜିପି କେ.ବି. ସିଂହ।

ସେ କହିଛନ୍ତି, “ରଥଯାତ୍ରା ପରିଚାଳନା ଦାୟିତ୍ୱ ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ଆଇଜି ସଙ୍ଗୀବ ପଣ୍ଡାଙ୍କୁ ଟ୍ରାଫିକ୍‌ ନିୟନ୍ତ୍ରଣ, ଆଇଜି ଅସିତ ପାଣିଗ୍ରାହୀଙ୍କୁ ଭିଡ ନିୟନ୍ତ୍ରଣ ଦାୟିତ୍ୱ, ଏଡିଜି ବନୟାନନ୍ଦ ଝାଙ୍କୁ ରଥ କର୍ଡନ ଦାୟିତ୍ୱ ଏବଂ ଆଇ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଦିଆଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ରଥଯାତ୍ରା ବେଳେ ୧୬ ଜଣ ଏସ୍‌ପି/କମାଣ୍ଡାଣ୍ଡ, ୨୨ଜଣ ଅତିରିକ୍ତ ଏସ୍‌ପି/ଡିସି, ୫୨ ଜଣ ଡିଏସ୍‌ପି/ଏସ୍‌ସି, ୮୨ ଜଣ ଇନସ୍‌ପେକ୍ଟର, ୫୪୨ ଜଣ ଏସ୍‌ଆଇ, ୫୬ ଜଣ ଡିଆର ହାବିଲ୍‌ଦାର,  ୩୮୮ ସିଭିଲ କନଷ୍ଟେବଳ, ୨୫ ଟ୍ରାଫିକ ହାବିଲଦାର, ୬୧ ଟ୍ରାଫଇକ କନଷ୍ଟେବଳ ଓ ୨୦୦୦ରୁ ଊର୍ଦ୍ଧ୍ୱ ହୋମଗାର୍ଡ ନିୟୋଜିତ ହେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos