ରାତିରେ ୨୫ କି.ମି. ଚାଲିଲେ, ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ଜଣାଇଲେ ଆଦିବାସୀ ଛାତ୍ରୀ

baବାରିପଦା: ରାତି ପ୍ରାୟ ଗୋଟାଏ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀଙ୍କୁ ଦେଖି ହତବାକ ହୋଇଯାଇଥିଲେ ପ୍ରଶାସନିକ ଅଧିକାରୀମାନେ। ବୁଝ ବୁଝ ଏମାନେ ନିଜ ହଷ୍ଟେଲ ସମସ୍ୟା ଜଣାଇବାକୁ ୨୫ କି.ମି. ଚାଲିଚାଲି ରାତିରେ ଆସିଥିବା ଜଣାପଡିଥିଲା। ଯାହା ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଥିଲା। ସମସ୍ୟା ସମାଧାନର ପ୍ରତିଶ୍ରୁତି ନ ମିଳବା ପର୍ଯ୍ୟନ୍ତ ପିଲାମାନେ ହଷ୍ଟେଲ ନ ଯିବାକୁ ଯିଦ୍ ଧରି ବସି ରହିଲେ। ରାତି ପ୍ରାୟ ୨ଟାରେ ଜିଲ୍ଲାପାଳ ଛାତ୍ରୀମାନଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ସମାଧାନ ଲାଗି ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଫେରିଥିଲେ। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲାରେ। ଶୁଳିଆପଦା ବ୍ଲକ ପାକଟିଆ ଉଚ୍ଚ ବିଦ୍ୟାଳୟର ଆବାସିକ ବାଳିକା ହଷ୍ଟେଲର ଛାତ୍ରୀମାନେ ଏପରି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷଙ୍କ ବିରୋଧରେ।ba3

ପରିଚାଳନାଗତ ତ୍ରୁଟି ଓ ମନମୁଖୀ ଶାସନକୁ ବିରୋଧ କରି ଛାତ୍ରୀମାନେ ରାତିରେ ହଷ୍ଟେଲ ଛାଡି ଚାଲିଆସିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସ୍କୁଲ କର୍ତ୍ତୃପକ୍ଷ ଓ ପୋଲିସର  ବୁଝାଶୁଝା ସତ୍ତ୍ୱେ କିଛି ଶୁଣି ନ ଥିଲେ ସେମାନେ। ବୁଝାଇ ବୁଝାଇ ନିରାଶ ହେବା ପରେ ଶେଷରେ ପୋଲିସ ପିଲାମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିଲା। ୨୫ କି.ମି. ଚାଲି ସିଧା ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଥିଲେ ପିଲାମାନେ।ba1

ଦଶମ ଶ୍ରେଣୀ ଛାତ୍ରୀ ମିତାଲି ମାରାଣ୍ଡି କହିଛନ୍ତି, ହଷ୍ଟେଲ ଦାୟିତ୍ୱରେ ଥିବା ଦିଦି ଖରାପ ଭାଷାରେ ଗାଳିଗୁଲଜ କରନ୍ତି। ମିଛରେ ଚୋରୀ ଅଭିଯୋଗ ପିଲାମାନଙ୍କ ଉପରେ ଲଗାଉଛନ୍ତି। ହେଲେ ତାଙ୍କ ଜିନିଷରେ କେହି ବି ଛାତ୍ରୀ ହାତ ମାରି ନ ଥାନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଲେ ମଧ୍ୟ କିଛି ଲାଭ ହେଲା ନାହିଁ। ତେଣୁ ଜିଲ୍ଲାପାଳଙ୍କୁ ଜଣାବାକୁ ଆସିଛୁ ବୋଲି ସେ କହିଛନ୍ତି।ba4

ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ କହିଛନ୍ତି, ପିଲାମାନେ ରାତିରେ ଏତେ ବାଟ ଚାଲି ଚାଲି ଆସିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ। ସମସ୍ୟା ସମ୍ପର୍କରେ ଅବଗତ ଥିଲେ ଟିମ୍ ପଠାଇ ଏହାର ସମାଧାନ କରିଥାନ୍ତୁ। ଆସନ୍ତାକାଲି ଟିମ୍ ଯାଇ ଘଟଣାର ତଦନ୍ତ କରିବେ। ପିଲାମାନଙ୍କ ସବୁ ସମସ୍ୟାକୁ ଗୁରୁତର ସହ ବିଚାରକୁ ନେଇ ସମାଧାନ କରିବାକୁ ଜିଲ୍ଲାପାଳ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।