ମଙ୍ଗିଲେ ରାଜ୍ୟ ସରାକର, ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ପତ୍ର ଲେଖିଲା ଆଇନ୍‌ ବିଭାଗ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ସରାକାର। ରତ୍ନ ଭଣ୍ଡାର ଖୋଲିବାକୁ ଅନୁମତି ଦିଆଯାଇଛି। ଖୋଲିବା ନେଇ ଅନୁମତି ସମ୍ପର୍କିତ ଚିଠି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଏହି ଚିଠି କରିଛନ୍ତି। ତେବେ କେଉଁଦିନ ଏହା ଖୋଲାଯିବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ନିୟମ ମୁତାବକ ଭଣ୍ଡାର ଖୋଲାଯିବ। ଏହି ସମୟରେ ଏହାକୁ କିଭଳି ଖୋଲାଯିବ ଓ କିଏ କିଏ ଉପସ୍ଥିତ ରହିବେ […]

rtna

rtna

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 09:02 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ସରାକାର। ରତ୍ନ ଭଣ୍ଡାର ଖୋଲିବାକୁ ଅନୁମତି ଦିଆଯାଇଛି। ଖୋଲିବା ନେଇ ଅନୁମତି ସମ୍ପର୍କିତ ଚିଠି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଏହି ଚିଠି କରିଛନ୍ତି। ତେବେ କେଉଁଦିନ ଏହା ଖୋଲାଯିବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ନିୟମ ମୁତାବକ ଭଣ୍ଡାର ଖୋଲାଯିବ। ଏହି ସମୟରେ ଏହାକୁ କିଭଳି ଖୋଲାଯିବ ଓ କିଏ କିଏ ଉପସ୍ଥିତ ରହିବେ ସେନେଇ ଏହି ଚିଠିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୭୮, ୧୯୮୪ରେ ଖୋଲାଯାଇଥିଲା ରତ୍ନ ଭଣ୍ଡାର। ସେତେବେଳେ ଅନୁପାଳନ ହୋଇଥିବା ସମସ୍ତ ନିୟମ ମାନିବାକୁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୯ରେ ଛତିଶା ନିଯୋଗ ବୈଠକ ପରେ ରତ୍ନ ଭଣ୍ଡାର ଖୋଲିବା ନେଇ ତାରିଖ ସ୍ଥିର ହେବ ବୋଲି ସରକାରଙ୍କ ପ୍ରଦତ୍ତ ଚିଠିରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos