ରାଉରକେଲା: ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ରାଉରକେଲା: ରାଉରକେଲା ଏସପି ଅନିରୁଦ୍ଧ ସିଂହଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ନିତୁ। ମାଓବାଦୀ ସଂଗଠନର କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ଆତ୍ମସମର୍ପଣ କରିଥିବା ସେ କହିଛନ୍ତି।

୨୦୧୫ ମସିହା ଚାନ୍ଦିପୋଷ ଥାନା ଅଞ୍ଚଳ ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ସେ ସଂଶ୍ଲିଷ୍ଟ ଥିଲା। ଏହି ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।