ରାଉରକେଲା: ଚୋରି ଅଭିଯୋଗରେ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼

ରାଉରକେଲା: ରାଉରକେଲା ସେକ୍ଟର-୧ ଅଞ୍ଚଳରୁ ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରିଛି।

ଗତକାଲି ରାତିରେ ସେକ୍ଟର-୧ ଅଞ୍ଚଳର ଜଣକ ଘରୁ ମୋବାଇଲ ଓ ୫୦୦୦ ଟଙ୍କା ଚୋରି ହୋଇଥିଲା। ଆଜି ସକାଳେ ନାବାଳକ ଜଣକ ସେହି ଅଞ୍ଚଳରେ ବୁଲୁ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ତାକୁ ତଲାସୀ କରିବାରୁ ତା’ ପାଖରୁ ଚୋରି ମୋବାଇଲ ଓ ଟଙ୍କା ମିଳିଥିଲା।