ରାଉରକେଲା ଏନ୍‌ଆଇଟିର ପରିଚାଳନା ବୋର୍ଡ ଅଧ୍ୟକ୍ଷା ଓ ନିର୍ଦ୍ଦେଶକଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ଏନ୍‌ଆଇଟିର ପରିଚାଳନା ବୋର୍ଡ ଅଧ୍ୟକ୍ଷା ବସନ୍ଥା ରାମ ସ୍ୱାମୀ ଓ ନିର୍ଦ୍ଦେଶକ ସୁନୀଲ କୁମାର ଷଡ଼ଙ୍ଗୀଙ୍କୁ  ୭ ଦିନ ଭିତରେ ଇସ୍ତଫା ଦେବା ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ସଚିବ ବିନୟ ସିଲ୍ ଓବରୟ ନିର୍ଦ୍ଦେଶ ଦେଇଛନ୍ତି।  କିନ୍ତୁ ଏ ନେଇ ତାଙ୍କୁ କୌଣସି ଲିଖିତ ଆଦେଶ ଦିଆଯାଇ ନାହିଁ ବୋଲି ନିର୍ଦ୍ଦେଶକ ସୁନୀଲ କୁମାର ଷଡ଼ଙ୍ଗୀ  କହିଛନ୍ତି ।

ରାଉରକେଲା ଏନ୍‌ଆଇଟି ନିର୍ଦ୍ଦେଶକ ସୁନୀଲ କୁମାର ଷଡ଼ଙ୍ଗୀ  ଓଟିଭିକୁ କହିଛନ୍ତି,“ ମାନବ ସମ୍ବଳ  ବିକାଶ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଆରଡି)ର ଦାୟିତ୍ୱ ହେଉଛି, ଇନଷ୍ଟିଚ୍ୟୁଟ୍ ଗୁଡ଼ିକୁ ଠିକଣା ଭାବରେ ଚଳାଇବା। ୨୨ ତାରିଖରେ ଏମ୍‌ଏଚ୍‌ଆରଡି ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବୋର୍ଡ ଚେୟାରମ୍ୟାନ ରାମ ସ୍ୱାମୀ ଓ ରେଜିଷ୍ଟ୍ରାର ଉପସ୍ଥିତ ଥିଲେ। ଆମ ଭିତରେ ଆଲୋଚନା ହୋଇଥିଲା।  ଆଲୋଚନାରେ ଆମ ଚିନ୍ତାଧାରା ଭିତରେ ବହୁତ ପ୍ରକାର ଫରକ  ଅଛି  ବୋଲି ଆମେ ଦେଖିଲୁ । ”

ସେ ଆହୁରି ମଧ୍ୟ କହିଛନ୍ତି,“ ଏନଆଇଟିର ଅନ୍ୟ ଯେଉଁ ବୋର୍ଡ ମେମ୍ବର ମାନେ ଅଛନ୍ତି, ସେମାନଙ୍କର ମଧ୍ୟ ମୋ ଭଳି ବହୁତ ଭଲ ଅନୁଭୂତି ଅଛି। ସେମାନେ ବହୁତ ବଡ଼ ବଡ଼ ସଂସ୍ଥା ଚଳାଉଛନ୍ତି। ସେମାନେ ବି  ଏକା ବାକ୍ୟରୁ  ଆଉ  ଗୋଟି ଅର୍ଥ ବାହାର କରୁଛନ୍ତି।  କେଉଁ ଅର୍ଥ ଠିକ୍ ଜାଣିବା ପାଇଁ ଏମ୍‌ଏଚ୍‌ଆରଡିଙ୍କ ଶରଣାପନ୍ନ ହୋଇଥିଲୁ। ଏମ୍‌ଏଚ୍‌ଆରଡି ଯେଉଁ  ସମାଧାନ ଦେବେ ତାକୁ ବୋର୍ଡ ମେମ୍ବରମାନେ ମାନି ନେବେ କିନ୍ତୁ ସେପରି କିଛି ହେଲା ନାହିଁ।  ଆମକୁ ଇସ୍ତଫା ଦେବାପାଇଁ ସରକାରଙ୍କ ପକ୍ଷରୁ କୌଣସି ଚାପ ପକାଯାଇନି। ମୋ ବିଶ୍ୱାସ, ମୋ ପରେ ଯେଉଁ ନିର୍ଦ୍ଦେଶକ ଆସିବେ ତାଙ୍କର ମୋ ଠାରୁ  ତାଙ୍କର ଶକ୍ତି ବେଶୀ ରହିବ, ଓ ଅନ୍ୟ ବୋର୍ଡ ମେମ୍ବରମାନଙ୍କୁ ବୁଝାଇବା ପାଇଁ ସକ୍ଷମ ହେବେ। ଆଜିଠାରୁ ଗୋଟି ସପ୍ତାହ ଭିତରେ ମୁଁ ଇସ୍ତଫା ପତ୍ର ଏମ୍‌ଏଚ୍‌ଆରଡି ପାଖକୁ ପଠାଇଦେବି।”