ରାଉରକେଲା ଓ ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ଦୁଇ ମୃତ

ରାଉରକେଲା/ରାଇରଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ ରେଲାପୋଷ ଗାଁରେ ମଙ୍ଗଳବାର ଭୋରରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଫୁଡୁଲି ସିଂହ। ଫୁଡୁଲି ଘରେ ଶୋଇଥିବା ବେଳେ ଏକ ବଣୁଆ ହାତୀ ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ପରେ ମହିଳାଙ୍କୁ ଘରୁ ଭିତରୁ ଆଣି ଗୋଡ଼ରେ ଦଳି ହତ୍ୟା କରିଥିଲା। ଏହି ଘଟଣା ପରେ ରେଲାପୋଷ ଗାଁକୁ ପୋଲିସ ଓ ଜଙ୍ଗଲ ବିଭାଗ ଅଧିକାରୀ ଗସ୍ତ କରି ଘଟଣାର ତଦନ୍ତ […]

elephant in odisha

elephant in odisha

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 07:46 AM IST

Sports

Latest News

[caption id="attachment_45253" align="alignleft" width="150"]dhenkanal elephant ଢେଙ୍କାନାଳରେ ପ୍ରାଣ ହରାଇଥିବା ୨ ମାସର ଛୁଆ ହାତୀ[/caption]

ରାଉରକେଲା/ରାଇରଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ ରେଲାପୋଷ ଗାଁରେ ମଙ୍ଗଳବାର ଭୋରରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଫୁଡୁଲି ସିଂହ। ଫୁଡୁଲି ଘରେ ଶୋଇଥିବା ବେଳେ ଏକ ବଣୁଆ ହାତୀ ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ପରେ ମହିଳାଙ୍କୁ ଘରୁ ଭିତରୁ ଆଣି ଗୋଡ଼ରେ ଦଳି ହତ୍ୟା କରିଥିଲା। ଏହି ଘଟଣା ପରେ ରେଲାପୋଷ ଗାଁକୁ ପୋଲିସ ଓ ଜଙ୍ଗଲ ବିଭାଗ ଅଧିକାରୀ ଗସ୍ତ କରି ଘଟଣାର ତଦନ୍ତ କରିଥିଲେ। ଗତ କିଛି ଦିନ ଧରି କୁଆଁରମୁଣ୍ଡା ରେଞ୍ଜର ରୁତୁପୀଢ଼ି ଜଙ୍ଗଲରେ ପ୍ରାୟ ୫୦ରୁ ଅଧିକ ହାତୀ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି।

ସେହିପରି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଜାତଳା ଗାଁରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ନାଁ ବାରିଶା ମୁମୁର୍। ବାରିଶା ସକାଳ ନିତ୍ୟକର୍ମ ପାଇଁ ବାହାରକୁ ଯାଉଥିବା ବେଳେ ତାଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାରିଶାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଜଙ୍ଗଲରେ ଗଣେଶ ପୋଲ ନିକଟରୁ ଆଜି ଏକ ଦୁଇ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ଛୁଆର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos