କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ

କଟକ: ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଚଳିତ ବର୍ଷ  ନିର୍ବାଚନ ହେବ। ଛାତ୍ର ସଂସଦ ଉପଦେଷ୍ଟା ବୋର୍ଡର ଗୁରୁତ୍ୱ ପୂର୍ଣ୍ଣ ବୈଠକ ପରେ ଆଜି ଏହି ନିଷ୍ପତ୍ତି ହୋଇଛି। ବୋମାମାଡ଼ ସାଙ୍ଗକୁ ଗଣେଶ ପୂଜା ଭଷାଣ ‌ଉତ୍ସବ ସମୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ବୈଠକରେ ନିଷ୍ପତ୍ତି ପରେ  ଏହି ଆଶଙ୍କା ଦୂର ହୋଇଛି।