ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକାଙ୍କୁ ନିର୍ଯାତନା ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

କଟକ: ରେଭେନ୍ସାରେ ଅଧ୍ୟାପିକାଙ୍କୁ ଉତ୍ପୀଡ଼ନ ଅଭିଯୋଗ ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ। ଏକ କମିଟି ଗଠନ କରି ଘଟଣାର ନିରପେକ୍ଷ ତଦନ୍ତ କରାଇବାକୁ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ଦଳର ରାଜ୍ୟ ଉପ-ସଭାପତି ସୁରେଷ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏ ସଂପର୍କିତ ଦାବି କରିଛି। ତା’ସହିତ ଏ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି। ଦଳ ତା’ର ଦାବିପତ୍ରରେ […]

ravenshaw university

ravenshaw university

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 10:02 AM IST

କଟକ: ରେଭେନ୍ସାରେ ଅଧ୍ୟାପିକାଙ୍କୁ ଉତ୍ପୀଡ଼ନ ଅଭିଯୋଗ ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ। ଏକ କମିଟି ଗଠନ କରି ଘଟଣାର ନିରପେକ୍ଷ ତଦନ୍ତ କରାଇବାକୁ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ଦଳର ରାଜ୍ୟ ଉପ-ସଭାପତି ସୁରେଷ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏ ସଂପର୍କିତ ଦାବି କରିଛି। ତା’ସହିତ ଏ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି।

ଦଳ ତା’ର ଦାବିପତ୍ରରେ ଉଲ୍ଲେଖ କରିଛି ଯେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ, ହିନ୍ଦୀ ଓ ସୋସିଓଲୋଜି ବିଭାଗର କିଛି ବରିଷ୍ଠ ଅଧ୍ୟାପିକା ନିୟମିତ ଭାବେ ସେମାନଙ୍କର ବରିଷ୍ଠ ସହକର୍ମୀଙ୍କ ଦ୍ୱାରା ମାନସିକ ନିର୍ଯାତନା ଓ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ସେମାନେ ବିଶ୍ୱବିଦ୍ୟାଳୟର ସଠିକ୍ କର୍ମକର୍ତ୍ତାଙ୍କୁ ଅବଗତ କରି ଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କେବଳ ଅଧ୍ୟାପିକା ନୁହନ୍ତି, ଏହି ବିଭାଗଗୁଡ଼ିକରେ ଛାତ୍ରୀମାନେ ମଧ୍ୟ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି।  ତେବେ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହେବା ପରେ ଯାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଚେତା ପଶିଥିଲା ଓ ସେମାନେ ତରବରିଆ ଭାବେ ଏକ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ। କିନ୍ତୁ ଏହି କମିଟି ଉପରେ ଅଭିଯୋଗକାରିଣୀମାନଙ୍କର ବିଶ୍ୱାସ ନାହିଁ। ରାଜ୍ୟପାଳ  ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ କଂଗ୍ରେସ ଦାବି କରୁଛି। ରାଜ୍ୟପାଳ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରାନ୍ତୁ। ଏକ ନିରପେକ୍ଷ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଏହି କମିଟିକୁ ନିର୍ଦ୍ଦେଶ ଦିଆଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos