ପଜିଟିଭ୍‌ ରିପୋର୍ଟ ପାଇଁ ମେଡ଼ିକାଲ୍‌ ଧାଇଁ ନୟାନ୍ତ ହେଲେ କୋଭିଡ୍‌ ମୃତକଙ୍କ ପତ୍ନୀ

ରାୟଗଡ଼ା(ମନୋଜ ପାତ୍ର): କୋଭିଡ୍‌ରେ ମୃତଙ୍କ ପତ୍ନୀଙ୍କୁ ମିଳୁନି ପଜିଟିଭ୍‌ ରିପୋର୍ଟ। ଯେଉଁଥିପାଇଁ ସେ ନିଜ ସ୍ୱାମୀଙ୍କ ସରକାରୀ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ସେ ମେଡିକାଲ୍‌ ଗଲେ କର୍ତ୍ତୃପକ୍ଷ କହୁଛନ୍ତି କମ୍ପ୍ୟୁଟରରେ ଡାଟା ନାହିଁ। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲାରୁ। ମାତ୍ର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାୟଗଡ଼ ସିଡିଏମ୍‌ଓ। ସେହିପରି ଅନ୍ୟ ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ପ୍ରତିଦିନ ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ରାୟଗଡା କସ୍ତୁରୀ ନଗର […]

Gitanjali

Gitanjali

Manoranjan Sial
  • Published: Monday, 26 July 2021
  • Updated: 26 July 2021, 08:25 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): କୋଭିଡ୍‌ରେ ମୃତଙ୍କ ପତ୍ନୀଙ୍କୁ ମିଳୁନି ପଜିଟିଭ୍‌ ରିପୋର୍ଟ। ଯେଉଁଥିପାଇଁ ସେ ନିଜ ସ୍ୱାମୀଙ୍କ ସରକାରୀ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ସେ ମେଡିକାଲ୍‌ ଗଲେ କର୍ତ୍ତୃପକ୍ଷ କହୁଛନ୍ତି କମ୍ପ୍ୟୁଟରରେ ଡାଟା ନାହିଁ। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲାରୁ। ମାତ୍ର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାୟଗଡ଼ ସିଡିଏମ୍‌ଓ। ସେହିପରି ଅନ୍ୟ ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ପ୍ରତିଦିନ ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି।

ରାୟଗଡା କସ୍ତୁରୀ ନଗର ଫାଲଗୁନୀ ବେହେରା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ମେ’ ମାସରେ ଫାଲ୍‌ଗୁନିଙ୍କୁ ଜେକେପୁର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମେ’ ୨୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରକୁ ପଜିଟିଭ୍‌ ରିପୋର୍ଟ ମିଳିପାରୁନି। ଏଥିପାଇଁ ଡାକ୍ତରଖାନାରୁ ଦୌଡି ନୟାନ୍ତ ହେଲେଣି ତାଙ୍କ ପତ୍ନୀ ଗୀତାଞ୍ଜଳି। ସ୍ୱାମୀଙ୍କ ସରକାରୀ ପ୍ରାପ୍ୟ ପାଇବା ପାଇଁ ଏହି ରିପୋର୍ଟର ଆବଶ୍ୟକ ରହିଥିବା ବେଳେ ଡାକ୍ତରଖାନାରେ କମ୍ପୁଟରରେ ତଥ୍ୟ ମିଳୁନଥିବା କହି କର୍ମଚାରୀମାନେ ତାଙ୍କୁ ବାରମ୍ୱାର ଫେରାଇ ଦେଉଥିବା କହିଛନ୍ତି ଗୀତାଞ୍ଜଳୀ।

ସମ ଦସା ଭୋଗୁଛନ୍ତି କୁମୁଟାଲପେଟା ଗାଁର ଶୁଶୀଳା ମିଶାଲ୍‌। କିଛି ମାସ ତଳେ ତାଙ୍କ ସ୍ୱାମୀପୂର୍ଣ୍ଣଚନ୍ଦ୍ର ଅସୁସ୍ଥ ହୋଇଥିଲେ। ତାଙ୍କ ପତ୍ନୀ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟକୁ ସ୍ଥାନାନ୍ତରି କରାଯାଇଥିଲା। ସେଠାକୁ ଯିବା ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନାରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା ନାହିଁ। ହସ୍ପିଟାଲ୍‌ କର୍ତ୍ତୃପକ୍ଷ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମୃତଦେହ ସଂସ୍କାର କରିଦେଲେ। ହେଲେ ମୃତ୍ୟୁ ପ୍ରମାଣପତ୍ର ଦେଲେ ନାହିଁ। ଏବେ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ କୋରାପୁଟଠାରୁ ଆରମ୍ଭ କରି ରାୟଗଡା ମେଡିକାଲ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି। ହେଲେ କେହି କିଛି ଶୁନଥିବା ଶୁଶିଳା ଅଭିଯୋଗ କରିଛନ୍ତି।

କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମିଳୁନଥିବା ଅଭିଯୋଗର ଜବାବ ରଖିଛନ୍ତି ରାୟଗଡ଼ ସିଡିଏମ୍‌ଓ ଡାକ୍ତର ଆର୍ତ୍ତବନ୍ଧୁ ନାୟକ। ସେ ଚତୁରତାର ସହ ଅଭିଯୋଗକୁ ଆଡେଇ ଯାଇଛନ୍ତି। ଜିଲ୍ଲାବାହାରେ କୋଭିଡ ମୃତ୍ୟୁ ହେଲେ ସଂପୃକ୍ତ ଜିଲ୍ଲାର ମ୍ୟୁନିସିପାଲିଟି ସାର୍ଟିଫିକେଟ ପ୍ରଦାନ କରୁଥିବେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos