ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଓ ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେ ପ୍ରଥମେ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବଂଶଧାରା ନଦୀର ଗୁମୁଡାଠାରେ ସେତୁ ଉଦ୍‌ଘାଟନ କରିଥିଲେ। ପରେ ଗୁଣପୁର ଓ ବିଷମକଟକ ନିର୍ବାଚନମଣ୍ଡଳୀର ୫୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ। ଏହାସହ ଜୀବିକା ମିଶନ, ବସୁନ୍ଧରା ଯୋଜନା, ଜାତୀୟ ପରିବାର କଲ୍ୟାଣ ଯୋଜନା ଓ ବିଜୁ ପକ୍କା ଘର […]

cm

cm

Rakesh Mallick
  • Published: Tuesday, 15 November 2016
  • Updated: 15 November 2016, 06:53 PM IST

Sports

Latest News

ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଓ ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ସେ ପ୍ରଥମେ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବଂଶଧାରା ନଦୀର ଗୁମୁଡାଠାରେ ସେତୁ ଉଦ୍‌ଘାଟନ କରିଥିଲେ। ପରେ ଗୁଣପୁର ଓ ବିଷମକଟକ ନିର୍ବାଚନମଣ୍ଡଳୀର ୫୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ। ଏହାସହ ଜୀବିକା ମିଶନ, ବସୁନ୍ଧରା ଯୋଜନା, ଜାତୀୟ ପରିବାର କଲ୍ୟାଣ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଆୟୋଜିତ ଉତ୍ସବରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାକୁ ଯାଇଥିଲେ। ସେଠାରେ ସେ ଗୁମ୍ମା ଓ ମୋହନାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos