ରାୟଗଡ଼ା: ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା, ୭ ଗିରଫ

ଗୁଣପୁର: ଗୁଣିଗାରେଡ଼ି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଏସ.ଚିନ୍ତାଲୁଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ମାଧବ ଶବର (୫୫)। ପୋଲିସ୍ ଏ ଘଟଣାରେ ୭ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଅଗଷ୍ଟ ୨୧ ତାରିଖ ରାତି ପ୍ରାୟ ୮ଟା ବେଳେ ଗାଁ ଲୋକେ ଏକତ୍ରିତ ହୋଇ ମାଧବଙ୍କୁ ଘରୁ ଡାକି ନେଇ ଥିଲେ। ଗାଁ ମଝିରେ ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ […]

gunpur

gunpur

Rakesh Mallick
  • Published: Monday, 29 August 2016
  • Updated: 29 August 2016, 08:22 PM IST

gunpurଗୁଣପୁର: ଗୁଣିଗାରେଡ଼ି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଏସ.ଚିନ୍ତାଲୁଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ମାଧବ ଶବର (୫୫)। ପୋଲିସ୍ ଏ ଘଟଣାରେ ୭ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ଅଗଷ୍ଟ ୨୧ ତାରିଖ ରାତି ପ୍ରାୟ ୮ଟା ବେଳେ ଗାଁ ଲୋକେ ଏକତ୍ରିତ ହୋଇ ମାଧବଙ୍କୁ ଘରୁ ଡାକି ନେଇ ଥିଲେ। ଗାଁ ମଝିରେ ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ସେ କିଛି ଉତ୍ତର ଦେଇ ନ ଥିଲେ। ଶେଷରେ ମାଧବକୁ ମାରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାଙ୍କୁ କପା ଚାଷରେ ବ୍ୟବହୃତ ହେଉଥିବା କୀଟନାଶକ ଖୁଆଇ ମାରି ଦେଇଥିଲେ ଗାଁ ଲୋକେ। ପରେ ଶ୍ମଶାନକୁ ନେଇ ତାଙ୍କ ମୃତଦେହକୁ ଦାହ କରି ଦେଇଥିଲେ।

ଗତକାଲି ମୃତ ମାଧବଙ୍କ ସ୍ତ୍ରୀ ସମ୍ୱରୀ ଲିଖିତ ଅଭିଯୋଗ କରିବା ପରେ ଆଜି ପୋଲିସ୍ ଗାଁକୁ ଯାଇ ତଦନ୍ତ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ୍ ଏହି ଘଟଣାରେ ସଂପୃକ୍ତ ଲୋକଙ୍କୁ ପଚରାଉଚରା କରିବା ସହ ଶଶ୍ମାନକୁ ଯାଇ ଅନୁସନ୍ଧାନ କରିଥିଲା।

ଗୁଣପୁର ଆଇଆଇସି ନିର୍ମଳ ପାଣିଗ୍ରାହୀ କହିଛନ୍ତି,“ଗତକାଲି ଅଭିଯୋଗ ପାଇବା ପରେ ଆମେ ଆଜି ଗାଁକୁ ଆସିଥିଲୁ। ଗାଁର ଯେଉଁ ସ୍ଥାନରେ ମାଧବଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ସେ ସ୍ଥାନ ବୁଲି ଦେଖିଥିଲୁ। ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ଦାସ ଆମକୁ ସାକ୍ଷୀମାନଙ୍କ ଉପସ୍ଥିତିରେ ଶ୍ମଶାନକୁ ନେଇ ଯାଇଥିଲା। ସେଠାରେ ଆମେ ମୃତ ମାଧବଙ୍କର କିଛି ହାଡ଼ ସଂଗ୍ରହ କରିଛୁ। ତା’ସହିତ ଯେଉଁ କୀଟନାଶକ ଖୁଆଇ ତାଙ୍କୁ ହତ୍ୟା କରାଯାଇଥିଲା ସେହି ଔଷଧ ବୋତଲକୁ ଆମେ ଜବତ କରିଛୁ। ୭ ଜଣଙ୍କୁ ଗିରଫ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos